ହେ ମୃତ୍ୟୁ - ପବିତ୍ର କୁମାର ନାୟକ

0
ଜରାନିବାସ ରେ ଛଟ ପଟ ମନ
ନେଇ ଯାଅ ତୁମ ପାଶେ
ଇଚ୍ଛା ନାହିଁ ଆଉ ନିତି ନିତି ମରି
ବଞ୍ଚିବା ଜରା ଉଆସେ !!

ନିଶବ୍ଦ ମୁହୂର୍ତ୍ତେ ଆସିବ କି ତୁମେ
ନେଇ ଯିବ କୋଳ କରି
ଅତୃପ୍ତ ଆତ୍ମାକୁ ନିଶିର ନିଶିଥେ
ଗୁପତରେ ନେବ ହରି !!



ମିଳିଯାଉ ଶାନ୍ତି ଏଭଵ ସାଗରୁ
ଚିତ୍ତ ହୋଇଯାଉ ତୋଷ
ନେଇଯାଅ ପାଶେ ଆହେ ଦୟାମୟ
ରୁଦ୍ଧ ହେଲାଣି ମୋ ଶ୍ୱାସ !!

କଲବଲ ହୁଏ ଆପଣା ଗହଣେ
ବଞ୍ଚିବା ସହଜ ନୁହଁ
ନିଦ ଭାଙ୍ଗିବନି ତୁମ କୋଳେ ମୋତେ
ଏମିତି ଶୁଆଇ ଦିଅ !!



କେହି ନୁହେଁ ଏଠି ଯାହାକୁ ଭାବୁଛି
ଆପଣାର ବୋଲି ନିତି
ନେଇଯାଅ ତୁମେ ତମ ପାଲିଙ୍କିରେ
ଦେଇ ଦିଅ ଟିକେ ଶାନ୍ତି !!




ପବିତ୍ର କୁମାର ନାୟକ, କେଲୁଆପଲ୍ଲୀ, ଗଞ୍ଜାମ

Post a Comment

0Comments
Post a Comment (0)