ପିଲାଟି ପ୍ରତ୍ୟେହ ମନ୍ଦିରକୁ ଯାଇ ନିଷ୍ଠାର ସହ ଠାକୁରଙ୍କୁ ଡ଼ାକୁଥିଲା । କ୍ରମଶଃ ବସ୍ତୁବାଦୀ ହୋଇପଡୁଥିବା ପୃଥିବୀରେ ସନ୍ଥମାନେ ଯେଉଁଠି ଭୌତିକ ବସ୍ତୁ ସଂଗ୍ରହର ପ୍ରତିଯୋଗିତାରେ ବ୍ୟସ୍ତ, ପିଲାଟିର ଭକ୍ତି କିନ୍ତୁ ଥିଲା ନିଷ୍କାମ।ନିଜ ପାଇଁ କେବେ କିଛି କାମନା କରିନି । ଖୁସିରେ ଥିଲେ କହେ "ହେ ଠାକୁର, ଏହସ ସାରା ସଂସାରେ ବ୍ଯାପିଯାଉ। ଆଉ ଦୁଃଖରେ କହେ,"ଏମିତି ଦୁଃଖ କେହି ବି କେବେ ନ ପାଆନ୍ତୁ । ଦିନେ ତା' ଭକ୍ତିରେ ପ୍ରସନ୍ନ ହୋଇ ଠାକୁର ଆବିର୍ଭୂତ ହୋଇ କହିଲେ,"ସବୁ ଦିନେ ତ ସାରା ଦୁନିଆର ମଙ୍ଗଳ କାମନ କରୁଛୁ,ଏବେ ନିଜ ପାଇଁ କିଛି ମାଗ୍" ପିଲାଟି ସହର୍ଷେ ଉତ୍ତରିଲା,"ମୁଁ ତ ପ୍ରତିଦିନ କେବଳ ନିଜ ପାଇଁ ହିଁ ମାଗି ଆସିଛି।ଅନ୍ୟ ମାନଙ୍କ ସ୍ବାର୍ଥ ତ ସଂକୀର୍ଣ୍ଣ, ହେଲେ ମୋ ସ୍ବାର୍ଥ ତ ବୃହତ୍ତମ । ସାରା ପୃଥିବୀର ହିତରେ କ'ଣ ମୋର ହିତ ନୁହେଁ ? କେବଳ ନିଜ ହିତ କାମନା କରିବା ଆନ ପ୍ରତି ଇର୍ଷାପରାୟଣତା ନୁହେଁ କି ? ଅନ୍ୟମାନେ ଦୁଃଖରେ ବଢୁଥିବା ବେଳେ ମୁଁ କ'ଣ ସତରେ ସୁଖୀ ହୋଇ ପାରିବି ?? ତା'ର ପ୍ରଶ୍ନ ରୂପୀ ଉତ୍ତରରେ ଠାକୁର ଅତ୍ୟନ୍ତ ପ୍ରସନ୍ନ ହୋଇ ଇଚ୍ଛା କରୁଥିଲେ ଏକାଦଶାବତାର ନିଅନ୍ତେ କି ପୃଥିବୀ ପୃଷ୍ଠରେ ଏଇ ପିଲାଟି ପରି ଏକ ଦରଦୀ ହୃଦୟ ତଥା ଉଦାର ମନଯୁକ୍ତ ସାଧାରଣ ମାନବ ହୋଇ ।






ଶୁଭକାନ୍ତ ସାହୁ, ପୋଲସରା, ଗଞ୍ଜାମ