ତୁମେ ବସନ୍ତହୋଇ ଆସିବନା ଝାଞ୍ଜିହୋଇ
ତୁମେ ଶ୍ରାବଣହୋଇ ଆସିବନା ଶୀତହୋଇ
ମୁଁ ତ ଜାଣିନି ତୁମେ କେଉଁ ରୂପରେ ଆସିବ
ହେଲେ ତୁମେ ଆସିବ
ସେତିକିତ ମୋପାଇଁ ଯଥେଷ୍ଟ ।
ଯଦି ଆସିବ ତୁମେ ଶ୍ରାବଣ ହୋଇ
ଭିଜିବାକୁ ତ ମୁଁ ପ୍ରସ୍ତୁତ
ଆଉ ଯଦି ଆସିବ ତୁମେ ଝାଞ୍ଜି ହୋଇ
ସହି ଯିବି ଭାବି ଅଝଟ
ତୁମେ ଶୀତ ହେଲେବି ସହିଯିବି ମୁଁ
ଏମିତି ତ ଜଣେ ପ୍ରେମିକ
ତୁମେ ବସନ୍ତ ହୋଇ ଆସିଲେ ଗୋ ପ୍ରିୟା
ସାଜିଯିବି ମୁଁ କୋକିଳ
ପାଛୋଟି ନେବି ମୋ ଏଇ ହୃଦୟକୁ
ଯଦି ତୁମେ ଆସିବ
ସେତିକି ତ ମୋ ପାଇଁ ଯଥେଷ୍ଟ ।।