ତୁମେ ହିଁ ତ ଜଣେ ଯା ପାଇଁ କି ମନେ
ତୋଳିଛି ପ୍ରେମ ନଅର,
ତୁମେ ହିଁ ତ ଜଣେ ଯା ପାଇଁ କି ହୃଦେ
ବହେ ପ୍ରେମ ପାରାବାର ।

ତୁମେ ହିଁ ତ ଜଣେ ଯା ପାଇଁ କି ମୁଁ
ଭୁଲିଯାଏ ଦୁଃଖ କ୍ଳେଶ,
ତୁମେ ହିଁ ତ ଜଣେ ଯା ପାଇଁ କି ମୁଁ
ମାଗଇ ଦେବ ଆଶିଷ ।



ତୁମେ ହିଁ ତ ଜଣେ ଯା ପାଖରେ ଥିଲେ
ଛୋଟ ଲାଗେ ସମୟଟା,
ତୁମେ ହିଁ ତ ଜଣେ ଯା ପାଇଁ କି ଭଲ
ଲାଗଇ ବରଷା ଛିଟା ।

ତୁମେ ହିଁ ତ ଜଣେ ଯା ପାଇଁ କି ମନ
ହୁଏ ଆନମନା ଆଜି,
ତୁମେ ହିଁ ତ ଜଣେ ଯା ପାଇଁ କି ମୋର
ନିଦ ଯାଇଅଛି ହଜି ।



ତୁମେ ହିଁ ତ ଜଣେ ଯା ପାଇଁ କି ମୁଁ
ମୋ ଠାରୁ ହୋଇଛି ଚୋରି,
ତୁମେ ହିଁ ତ ଜଣେ ଯା ପାଇଁ କି ମୁଁ
ନାହିଁ ହୋଇ ଆଉ ମୋରି ।

ତୁମେ ହିଁ ତ ଜଣେ ଯା ପାଇଁ କି ମୋ
ବଞ୍ଚିବାର ଇଚ୍ଛା ବେଶି,
ତୁମେ ହିଁ ତ ଜଣେ ଯା ପାଇଁ କି ଦୁଃଖ
ସହିଯାଏ ହସି ହସି ।



ତୁମେ ହିଁ ତ ଜଣେ ଯା ପାଇଁ କି ମୁଁ
ଜିଇବା ଯାଇଛି ଶିଖି,
ତୁମେ ହିଁ ତ ଜଣେ ଯା ପାଖରେ ମୋର
ଆଖି ରହିଯାଏ ଲାଖି ।

ତୁମେ ହିଁ ତ ଜଣେ ଯା ପାଇଁ କି ମୁଁ
ମନ କୁ ଦେଲି ହଜେଇ,
ତୁମେ ହିଁ ତ ଜଣେ ଯା ପାଇଁ କି ପ୍ରେମ
ପିଆସୀ ଯାଇଛି ହୋଇ ।






ପ୍ରୀତିପ୍ରିୟା ମହାନ୍ତି, ପୁରୀ