ଏକଦା ଏକ କାକ,
ମାଂସ ଖଣ୍ଡିଏ କେଉଁଠୁ ପାଇ
ଗଛେ ବସିଲା ଦେଖ ।
ବିଲୁଆଟିଏ କାହୁଁ,
ମିଳିଲା ସେଠି କାକେ ପ୍ରଶଂସି
ରଡିଲା ହୁକେ ହୋ ।

ମିଛ ପ୍ରଶଂସା କରି,
ଭାବେ କାକଠୁ ମାଂସ ଖଣ୍ଡିକ
କେମିତି ନେବ ମାରି ।
କୋକିଳ ଲଜ୍ଜା ପାଇ,
ତୁମ କଣ୍ଠୁ ମଧୁ ଗୀତ ଶୁଣିଲେ
ମରିବ କେଉଁଠି ଯାଇ ।



କୁଆ ତ ଚତୁର ଅତି,
ମାଂସକୁ ଗଛେ ରଖି ଯତନେ
ଖୋଲିଲା ତାର ପାଟି ।
କର୍କଶ କଣ୍ଠେ ତାର,
ଏମିତି କାକ ରଡି ଛାଡିଲା
ବୃକ ହେଲା ବଧିର ।

ଶୃଗାଳ ଖୋଜେ ବାଟ କେମିତି
ସେଠୁ ଯିବ ସେ ଖସି,
ସହି ହେଉନି କଷ୍ଟ ।
କା....କା.... ରଡି ଛାଡି,
ମାଂସ ଖଣ୍ଡକ ଖାଇଲା କାକ
ବିଲୁଆଟିକୁ ତଡି ।






ଶୁଭକାନ୍ତ ସାହୁ
ଗୋପବନ୍ଧୁ ହାଇସ୍କୁଲ
ପୋଲସରା, ଗଂଜାମ
ମୋ:୯୦୪୦୩୨୦୧୮୬