ଆଜି ଏକାକିନୀ ମୁଁ

କୋଟି କୋଟି ଜନତା ଭିତରେ
ମୁଁ ଆଜି ଏକା ହୋଇଯାଇଛି ,
କାନରେ ଅନେକ ଶବ୍ଦ ବାଜୁଛି
କିନ୍ତୁ ମୋ ଶବ୍ଦକୁ ଶୁଣିବା ପାଇଁ
କେହି ଜଣେ ନାହାନ୍ତି ?

କୁଆଡେ ଗଲେ ଆଜି ସମସ୍ତେ
ଯେଉଁମାନେ କହୁଥିଲେ ମୋର ମୋର ,
ସୂର୍ଯ୍ୟ ତ ସବୁଦିନ ଅସ୍ତ ହେଉଛି
କିନ୍ତୁ ମୋ ପାଇଁ କାହିଁ ?
ଉଦୟ ହେଉ ନାହିଁ ।

ରାତ୍ର ହେଲେ ଅସଂଖ୍ୟ ତାରା ଆସନ୍ତି
କିନ୍ତୁ ସମସ୍ତେ ନିଜ କର୍ମରେ ଅଭ୍ୟସ୍ତ ,
ଉପକାରୀ ହୋଇଥିଲେ ମଧ୍ୟ ମୁଁ
ଦରକାର ସମୟରେ ନାହାନ୍ତି କେହି
ଅସଂଖ୍ୟ ତାରା ମଧ୍ୟ ମୋ ପାଇଁ କିଛି ନୁହେଁ ।

ସୁଖ -ଦୁଃଖର ବାଟ ତ ଅନେକ
ପଛପଟକୁ ଅନାଇ ଚାହିବାକୁ ଡର ଲାଗୁଛି,
ଆଗକୁ ବଢ଼ିବାକୁ ମନୋବଳ ଦୃଢ଼ କରୁଛି
ଏ ବାଟରେ ମୋର ହାତ ଧରି
ଚାଲିବାକୁ ଜଣେ ହେଲେ ନାହିଁ ।

ମାଧୁରୀ ସାହୁ
ବି.ଏଡ୍ (ପ୍ରଥମ ବର୍ଷ )
ପଞ୍ଚାୟତ ମହାବିଦ୍ୟାଳୟ , ବରଗଡ଼
ବଲାଙ୍ଗିର,ଝାରବନ୍ଧ,ବରଗଡ଼


ରଚନା : Madhuri sahu

ଠିକଣା : At -Balangir , post-Dava,Block-Jharbandh, D ist-Baragarh , pin-768042 ଫୋନ ନମ୍ବର : 6263467439