( ମୋ ଗାଆଁ -୦୧ ) ଗାଁ ଏପିସୋଡ ଆରମ୍ଭ କଲି ଆଜି ଠାରୁ )
ନୀଳ ଆକାଶର ନୀଳ ବୁକୁତଳେ
ହସୁଛି ମୋର ଗାଆଁଟି
ପାହାଡ ପର୍ବତ ଘେରା ସବୁଜିମା
ଅଠରବାଟିଆ ନାଆଁଟି ।୧।

ଗାଆଁ ବରଗଛ ଗାଆଇ କବିତା
ମାଟିରୁ ଗଗନ ଯାଏଁ
ବିହଙ୍ଗ ବିହାର ଶୋଭାର ସମ୍ଭାର
ମନରୁ ନଭକୁ ଛୁଏଁ ।୨।

କ୍ଷେତ ପରେ କ୍ଷେତ ଧାଡି ଧାଡି ହୋଇ
ପଟାଳି ପଟାଳି ଦିଶେ
କୃଷକ ଭାଇ ମୋ ତର ତର ହୋଇ
ଚାଷକୁ ହସାଇ ହସେ ।୩।

ଶୀତଳ ସମୀର ବହେ ଥିରି ଥିରି
ଶୀତଳତା କୁଞ୍ଜ ବନେ
ନାନା ଜାତି ଫୁଲ ହସି ଲହରନ୍ତି
ପ୍ରକୃତି ପ୍ରୀତି କାନନେ ।୪।

କୁନି ପୁଅ ମାନେ ଉଡାଇ ଦିଅନ୍ତି
ଗୁଡିକୁ ପବନ ଦେଶେ
ଖିଲି ଖିଲି ତାଙ୍କ କଅଁଳ ଓଠରୁ
ଅଭୁଲା ସ୍ମୃତି ପରଶେ ।୫।

ସୂରଯ ଉଇଁଲେ ପୂରୁବ ଦିଗରେ
ସୁନାର କିରଣେ ଢାଳେ
ସନ୍ଧ୍ୟା ଆଗମନେ ନଇଁ ଗଲେ ରବି
ଗୋଧୂଳି ମୋ ଗାଆଁ କୋଳେ ।୬।

କେଉଁ ଚିତ୍ରକର ଆଙ୍କି ଦିଏ ଛବି
ଛାଟି ଦେଇ ରଙ୍ଗ ଛିଟା
ସୁରଭି ଦେଶରେ ବୁଣଇ ମୁରୁଜ
ଲାଗେ ମଧୁର ବାଟିକା । ୭।

ଯେତେ ଦେଖୁଥିଲେ ନୂଆ ଲାଗୁଥାଇ
ଏହି ମୋ ଜନମ ଭୂଇଁ
ଶୋଭା ଉପମାର ଲାଗେ ଚିତ୍ର କଳା
ସରଗଠୁ ବଡ ସେହି ।୮।

ନାହିଁ ପଛେ ଆଉ ସେହି ବାଲିଘର
ଅତୀରର ବୋହୂ ଚୋରି
ହଜିଲା ସପନ କଥା କହୁଅଛି
ସେହି ମୋ ଆନନ୍ଦ ପୁରୀ ।୯।

ତା:୧୧।୦୯।୧୯
ଧ୍ରୁବ ଚରଣ ବେହେରା ।।

ରଚନା : ଧ୍ରୁବ ଚରଣ ବେହେରା

ଠିକଣା : ଅଠରବାଟିଆ ଫୋନ ନମ୍ବର : 8763637752