ମନ ମନ୍ଦିର ମୋ ଖୋଲା ରଖିଅଛି
ଆସିବୁ ବୋଲି ରେ ଜଗା
ରଥ ତିଆରିଛି କେତେ ଯତନରେ
ନେଇ ନେ ସେଇ ଜାଗା ।

ତୋ ପାଇଁ ରଖିଛି ସର ଲବଣି ରେ
ମିଠା ମିଠା କେତେ କୋଳି
ହଳଦିଆ ବସ୍ତ୍ର କିଣି ମୁଁ ଆଣିଛି
ଖେଳିବୁ ରେ ବନମାଳୀ ।

ସାହି ବାଳକଙ୍କୁ କହିଦେଇଛି ମୁଁ
ଖେଳିବ ଲଉଡି ଖେଳ
କେତେ ତିଆରିଛି ତୋ ପାଇଁ ଧନରେ
ନାନା ରଙ୍ଗ ପୁଷ୍ପ ମାଳ ।

ଗୋବର ଲିପିଛି ଝୋଟି ପକାଇଛି
ତୁଣ୍ଡରେ ନେଇ ତୋ ନାମ
ଥରେ ପାଦ ତୋର ଦେ ରେ ପକେଇ
କୁଡ଼ିଆ ହେବ ମୋ ଧନ୍ୟ ।

କିଛି ଚାହେଁ ନାହିଁ ତୋ ପାଖରୁ ମୁହିଁ
ତୁ ତ ଜଗତ ଠାକୁର
ପାରିବୁ ଯଦି ମୋ ଯିବ ଗଲାବେଳେ
ପାଦେ ଆଶ୍ରା ଦେବୁ ତୋର

Writer's Details: ପ୍ରକାଶ ବେହେରା ( ନନ୍ଦି )
ବିଲେଇଖଳି, କଂସରା, ହିନ୍ଦୋଳ, ଢେଙ୍କାନାଳ
ଦୂରଭାଷ :- ୭୭୮୦୬୬୦୦୨୯,୮୦୧୮୩୯୦୦୩୫
Content Category:
Submission Date: Jul 08, 2019