ଜଗା କଥା କହିବି କିସ
ଜଗତ ମୋହୁଛି ତା ଭାବ ରସ
ଜଗା କଥା - - - - -

ବିଶ୍ବର କୋଉ କୋଣ ନାହିଁ
ତା ରଥ ଯେ ଗଡି ନାହିଁ
ସବୁଠି ଦିଶୁଛି ତା ଚକାଆଖି
ମଲି ଫୁଲିଆ ହସ
ଜଗା କଥା  କହିବି କିସ
ଜଗତ ମୋହୁଛି ତା ଭାବ ରସ
ଜଗା କଥା - - -

ନନ୍ଦିଘୋଷେ ସେ ବସିଛି
ଭାବ ରସେ ସେ ବୁଡିଛି
ଭକତଙ୍କୁ ଦେଖି ଦିଏ ମୁରୁକି ହସ
ଜଗା କଥା କହିବି କିସ
ଜଗତ ମୋହୁଛି ତା ଭାବ ରସ
ଜଗା କଥା - - -

ସାଥେ ଭାଇ ଭଉଣୀ ନେଇ
ଯାଉଛି ସେ କଳାକହ୍ନେଇ
ଲକ୍ଷ୍ମୀ ସାଆନ୍ତାଣୀ ମନ ଉଣାକରି
ଶ୍ରୀମନ୍ଦିରେ କରନ୍ତି ରୋଷ
ଜଗା କଥା କହିବି କିସ
ଜଗତ ମୋହୁଛି ତା ଭାବ ରସ
ଜଗା କଥା - - -

ଢଡ ବିଚିତ୍ର ଏ କାହାଣୀ
ଆଚଣ୍ଡାଳେ ମନ ନିଏ କିଣି
ରଥରେ ବାମନ ଦେଖିଦେଲେ ଥରେ
ପୁରେ ମୋ ମନରଥ
ଜଗା କଥା କହିବି କିସ
ଜଗତ ମୋହୁଛି ତା ଭାବ ରସ
ଜଗା କଥା - - -

ରଥ ଦଉଡି ଭିଡାଭିଡା
ବାଜିଲେ ପାତକ ଯାଏ ଛାଡି
ଉଦଣ୍ଡ କୀର୍ତ୍ତନ ନାମ ସଂକୀର୍ତ୍ତନ
ଏ ସବୁତ ତାହାରି ନାଟ 
ଜଗା କଥା କହିବି କିସ
ଜଗତ ମୋହୁଛି ତା ଭାବ ରସ
ଜଗା କଥା - - -

ମନ ବୋଲ ନମାନଇ
ଦେଖିବାକୁ ହୁଏ ହାଇଁ ପାଇଁ
ଡୋରୀ ତା ଲାଗିଲେ
ଶୀରିଖେତ୍ରେ ହେବି ପ୍ରବେଶ 
ଜଗା କଥା କହିବି କିସ
ଜଗତ ମୋହୁଛି ତା ଭାବ ରସ
ଜଗା କଥା - - -

ଏ ଅଧମ ଜାଣିନି କିଛି
ହୃଦ ଡାକ ଶୁଣେ ନିଇତି
ଅଂଗ ହରାହୋଇ ତ ଭିଡ ଦେଖି
ହେଉ ନାହିଁ ସାହାସ
ଜଗା କଥା କହିବି କିସ
ଜଗତ ମୋହୁଛି ତା ଭାବ ରସ
ଜଗା କଥା - - -

ଜମ୍ବେଶ୍ବରପୁର, ବାଲେଶ୍ବର
   ୯୩୩୭୬୮୧୫୨୪