ଅମ୍ବରେ ମେଘର ମାଳ
ଦେଖୁଛି ସେ ଶ୍ରୀଧର ,
ତ୍ୱଦୀୟ ଭାବ ମେଲିବ କି ପ୍ରଭୁ
କୃଷକେ ମେଲିବ ଖୁସିର ଦୁଆର ,
ଭାବ ଜଳେ ତୁମ୍ଭେ କଳା ଠାକୁର
ଭାବ ଜଳେ ତୁମ୍ଭେ କଳା ଠାକୁର ।
ପ୍ରଭୁ କୃପେ ବର୍ଷା ଆଗମନ
କୃଷକ ମନ ଯେ ମାଟିର ପବନ ,
ଚକ୍ଷୁ ଅନ୍ତୁ ଝଳେ ଖୁସିର ଜଳ
ପ୍ରଭୁ ପାଦେ କରେ ସେ ବିନମ୍ର ,
ଭାବ ଜଳେ ତୁମ୍ଭେ କଳା ଠାକୁର
ଭାବ ଜଳେ ତୁମ୍ଭେ କଳା ଠାକୁର ।
କଳା ମେଘେ ରୂପେ ବରଷି ଯାଅ
ହୋଇ ତୁମେ ଭାବ ଜଳ ,
ତୁମ୍ଭର ଲୀଳା କୁ କେମନ୍ତ ବଖାଣିବ
ଭାବେ ଭଳେ ଏ କୃଷକ ମେଳ ,
ଭାବ ଜଳେ ତୁମ୍ଭେ କଳା ଠାକୁର
ଭାବ ଜଳେ ତୁମ୍ଭେ କଳା ଠାକୁର ।
ତୁମ୍ଭରି ଗାନକୁ ଗାଇଯେ ମନେ
ହଳିଆ କରେ ହଳ ,
ମନ କୁ ମନ ଲାଗିଣ ଉଠି
ଲଗାଏ ତଳି ର ମେଳ ,
ଭାବ ଜଳେ ତୁମ୍ଭେ କଳା ଠାକୁର
ଭାବ ଜଳେ ତୁମ୍ଭେ କଳା ଠାକୁର ।
ଫସଲ ମେଳ ଆସାରା ଦେଖି
କୃଷି ହୁଏ ଉଲ୍ଲାସ ,
ତା ଚକ୍ଷୁ ଯେ ଝରେ
ଆଲ୍ଲାଦ ମଧୁର କାନ୍ତ ,
ଧନ୍ୟବାଦ ଘେନେ ପ୍ରଭୁ ଙ୍କୁ ତା ମନେ
ଢାଳି ତାର ପ୍ରେମ ଜ୍ଜାଳ ,
ଭାବ ଜଳେ ତୁମ୍ଭେ କଳା ଠାକୁର
ଭାବ ଜଳେ ତୁମ୍ଭେ କଳା ଠାକୁର ।

Writer's Details: ନାମ - ଶିବାଶିଷ ନାଏକ
ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟ , କେନ୍ଦୁଝର
ଓଡ଼ିଆ ସମ୍ମାନ ଛାତ୍ର
ଘର - ଜଘିଂରା, ଜିଲ୍ଲା - କେନ୍ଦୁଝର, ରାଜ୍ୟ - ଓଡ଼ିଶା, ଦେଶ - ଭାରତ
ବାର୍ତ୍ତାଳାପ - +୯୧୯୬୬୮୬୦୩୮୭୧ / +୯୧୭୯୭୮୧୫୭୯୩୬
ଇ-ମେଲ ଠିକଣା - shibasheeshnaikjgr@gmail.com
Content Category:
Submission Date: Jul 01, 2019