ହସିବା ଶିଖେଇ ବାପା ଲୁହ ନିଜେ ସାଇତିଲ,
ସୁଖ ଦେଇ ଦୁଃଖ ତମେ ନିଜେ କିଣିନେଲ |
ଝିଅର ସୁଖ ପାଇଁକି ନିଜ ସୁଖ ଭୁଲିଯାଇ,
ଖୁସିର ପାଉଣା ଦେଲ ମୋ ହାତରେ ଧରେଇ |

ସଂସାରର ସବୁ ବୋଝ ନିଜ ମୁଣ୍ଡରେ ମୁଣ୍ଡେଇ,
ହାତେ ଆଣି ଦେଇଦେଲ ମତେ ଖୁସିର କଣ୍ଢେଇ |
କଷ୍ଟ ସବୁ ଯେତେ ହୃଦୟରେ ଚାପି ରଖି,
ଯେତେ କଷ୍ଟ ଥିଲେ ପଛେ ଦିଅ ତମେ ହସି |
ଅବୁଝା ଏ ମନ ଯଦି ଗଲା କେବେ ରୁଷି,
ମନେଇଲ ନାନା ଯତନେ ମତେ କରେଇଲ ଖୁସି |

କଥାକୁ ଯେ ମୋର କେବେ ତମେ ନ ହୁଡ଼ିଲ,
ଯେବେ ଯାହା ଇଛା କଲି ତାହା ପରଷିଲ |
ସୁନାଲାଖି ବାପା ତମେ ସ୍ନେହର ଅସାର,
ପରଘରି କହି ମତେ ବାପା କରିବନି ପର | 

Writer's Details: Ranjita Das, NIT Rorurkela, Odisha , India.
Content Category:
Submission Date: Jul 03, 2019