(ଏକ ବୀର ଜବାନ ର ତା ପ୍ରୀୟତମା ସ୍ତ୍ରୀ ପ୍ରତି ତା ଶେଷ ମୁହୁର୍ତ୍ତ ରେ)

ବାକି ରହିଗଲା ଅନେକ କଥା
ଛାତି ରେ ଦେଲା ସେ ଅସହ୍ୟ ବ୍ୟଥା
ମନ କାନଭାସେ ପଡିଲା ନଥା।
ସମୟ ଦେଲାନି ସୁଯୋଗ ତାକୁ
ଲୁହ ରେ ଫାଟିଲା ପଥର ବୁକୁ
ଅକୁହା କଥା କହି ନ ପାରି ତାକୁ।
ମନ ରେ ଥିଲା ଅନେକ ଆଶା
କହିଦେଲେ ହେବି ନାହିଁ ନିରାଶା
ତଥାପି କାହିଁକି ଭାଙ୍ଗିଗଲା ଭରସା।
ପ୍ରତିଶ୍ରୁତି କେତେ ଭରିଲ ମନେ
ବାଟବଣା ହେଲି ଭ୍ରମ ର ବନେ
ଆଖି ଭରିଥିଲା ତୁମ ସପନେ।
ମରଣ ବୋଧେ ମୋତେ ଭଲ ପାଇଲା
ମାତୃଭୂମି ପାଇଁ ଜୀବନ ଗଲା
ଅଦିନ ରେ କାଳ ଆପଣା ହେଲା।
କଥା ଦେଲି ପ୍ରିୟା ମନେ ରଖିବ
ଆର ଜନମ ରେ ନିଶ୍ଚେ ଭେଟିବ
ସାତ ଜନମ କୁ ହାତ ଧରିବ।
ଶେଷ ଥର ଦେଖି ନ ପାରି ପ୍ରିୟା
ଫାଟି ଗଲା ଦେଖ ମୋହର ହିଆ
ଅଶାନ୍ତ ଆତ୍ମା ମୋ ହେଲା ବାଇଆ।
ମୃତ୍ୟୁ ର କୋଳ ରେ ଶୋଇକି ଆଜି
ମାତୃଭୂମି ପାଇଁ ଜିଣିଲି ବାଜି
ଦୁଃଖ ଲାଗେ ତୋ ପାଇଁ ଗଲି ମୁଁ ହଜି।
କ୍ଷମା ଦେବୁ ମୋତେ ମୋ ପ୍ରିୟ ର ପ୍ରୀୟା
କେମିତି ବାହିବୁ ଜୀବନ ଦରିଆ
ଉଜାଡି ଦେଲା ଏ ଦୁଃଖ ବାଆ।
ମୋ ପାଇଁ ତୁହି ଗର୍ବ କରିବୁ
ଜୀବନ ନାଆ କୁ ଆଗେଇ ନବୁ
ଆଖି କୁ କେବେ ତୁ ଲୁହ ନଦେବୁ।
ପଣ ଦେଉ ଅଛି ମନେ ରଖିଥା
ବାକି ରହିଗଲା ଅନେକ କଥା
ଆର ଜନମ ରେ ପୁରା କରିବା।
ଯାଉଛି ଏବେ ଲୋ ଆର ପାରିକି
ଯମ ପଠାଇଲା ମୃତ୍ୟୁ ପାଲିଙ୍କି
ଜୟହୀନ୍ଦ୍ ର ନାରା ଦେଇକି। 

Writer's Details: Tapaswini Dash Sarangi(ତପସ୍ୱିନୀ ଦାଶ ଷଡ଼ଙ୍ଗୀ) Bangalore
Content Category:
Submission Date: Jul 03, 2019