ଭାରି ମନେ ପଡେ ସେହି ପିଲାଦିନ
ଯାହା ମୁଁ ଆସିଛି ଛାଡି
ମଜା ଲାଗେ କେତେ ସେହି ପିଲାଦିନେ
ଆସିଲେ ବରଷା ଝଡି ।
ପିଣ୍ଡାରେ ବସିକି ମଜା ନେଉଥିଲୁ
ଚାଳରୁ ଗଡିଲେ ପାଣି
ଘଡଘଡି ଯେବେ ମାରୁଥିଲା ପୁଣି
ମାଆ ନେଉଥିଲା ଟାଣି ।
କାଗଜର ଡଙ୍ଗା ଅଗଣାରେ ପୁଣି
ଖୁସିରେ ଭସାଉଥିଲୁ
ପାଣିର ଫୋଟକା ଆଙ୍ଗୁଳି ଟିପରେ
କେତେଯେ ମିଳାଉଥିଲୁ ।
ଚପଚପ ହୋଇ କାଦୁଅ ପାଣିରେ
କେତେ ଆମେ ଖେଳୁଥିଲୁ ।
ଝିପି ଝିପି ମେଘ ବରଷାରେ ପୁଣି
ଭିଜି ଭିଜି ବୁଲୁଥିଲୁ ।
ବରଷା ଛାଡ଼ିଲେ ଇନ୍ଦ୍ରଧନୁ ଦେଖି
ଖୁସି କେତେ ହେଉଥିଲୁ
ସ୍କୁଲ ଯେବେ ଆମ ଛୁଟି ହେଉଥିଲା
ଏକା ସାଥେ ଧାଉଁଥିଲୁ ।
ମନେପଡେ ଆଜି ସେହି ପିଲାଦିନ
ଅତୀତର ମଧୁଗୀତି
ବରଷା ଆସିଲେ ବେଶି ମନେପଡେ

Writer's Details: ପ୍ରଶାନ୍ତ କୁମାର ନାଥ
Content Category:
Submission Date: Jul 10, 2019