• ମଲାବେଳେ ଟୋପେ ମହାର୍ଦ ତୋରାଣି ଆଶା ମୁଁ କରିଛି କେତେ
• ଆଖି ଖୋଲାଥିବ ଦେଖୁଥିବି ତୋର କଳା ବଦନ ନିରତେ ।।
•
• ଅରୁଣ କିରଣ ଝରି ପଡୁଥିଡ ଦିଗାଙ୍ଗୀ ଶୁଭ୍ର ପତନୀ
• ପିନ୍ଧି ମନଲୋଭା ଦିଶିବ,ମଳୟେ ଉଡୁଥିବା ତାର କାନି
• ବସିଥିବେ ପାସେ ବନ୍ଧୁ ବର୍ଗ ମୋର ନେବ ହେ ସରଗ ପଥେ
• ମଲାବେଳେ ଟୋପେ ମହାର୍ଦ ତୋରାଣି ଆଶା…।।
•
• କୋକେଇ ମୋହର ତୁମ ସିଂହଦ୍ଵାର ଦେଇ ଯେବେ ଯାଉଥିବ
• ସାହାଣ ମେଲାଇ ତୁମେ ଜଗନ୍ନାଥ ସିଂହାସନେ ବସିଥିବ
• ଚକା ଆଖି କଳା ବଦନ କାଳିଆ ଏତିକି ମାଗୁଣି ତୋତେ
• ମଲା ବେଳେ ଟୋପେ ମହାର୍ଦ ତୋରାଣି ଆଶା…।।
•
• ସରଗ ଦୁଆରେ ଜଳିବା ଆଗରୁ ମହୋଦଧି ପୂତ ଜଳେ
• ଏ ମାଟି ଘଟକୁ ଧୋଇଦେବେ ଆଶା ରଖିଛି ଏ ମନ ତଳେ
• ପାଞ୍ଚ ଭାଇ ମିଳି ଜୁଇରେ ଥୋଇବେ ଗାଇ ରାମନାମ ତୁଣ୍ଡେ
• ମଲା ବେଳେ ଟୋପେ ମହାର୍ଦ ତୋରାଣି ଆଶା…।।
•
• ବହି ଆସୁଥିବ ଦକ୍ଷିଣା ପବନ ଜଳୁଥିବ ମୋର ଜୁଇ
• ଏ ପରାଣ ପକ୍ଷୀ ଉଡିବୁଲୁଥିବ ତୁମ ନାମ ଗାଇ ଗାଇ
• ଏତିକି କାମନା କରି ଜଗନ୍ନାଥ ଧ୍ୟାୟୁଛି ତୋ ନାମ ଚିତ୍ତେ
• ମଲା ବେଳେ ଟୋପେ ମହାର୍ଦ ତୋରାଣି ଆଶା…।।
•
• ଶୂନ୍ୟ ହସ୍ତେ ଆସିଥିଲି ଶୁନ୍ୟ ହସ୍ତେ ଯିବି ମୁଁ ଏ ଧାମ ଛାଡି
• ମୋର ମୋର ବୋଲି କହି କହି କେତେ କରିଛି ହେ ଘର ବାଡ଼ି
• ଅପାର୍ଥିବ ସବୁ ଜାଣିଲିଣି ବିଭୁ କ୍ଷମା କରିଦେବ ମୋତେ
• ମଲା ବେଳେ ଟୋପେ ମହାର୍ଦ ତୋରାଣି ଆଶା…।।
•
• ଜୀବନରେ ଯେତେ ଯାତନା ଯନ୍ତ୍ରଣା ଭୁଲାଇ ଦିଅହେ ସ୍ଵାମୀ
• କେତେ ପୁଣ୍ୟ ଅବା କେତେ ପାପ କଲି ତୁମେ ଜାଣ ଅନ୍ତର୍ଯ୍ୟାମୀ
• ଶରଣ ତୋ ପୂତ ରାଜିବ ଚରଣେ ଫେରାଇ ନେବେ ହେ ମୋତେ
• ମଲା ବେଳେ ଟୋପେ ମହାର୍ଦ ତୋରାଣି ଆଶା…।।
•
• ଜୁଇରେ ଏ ଘଟ ପାଉଁଶ ହୋଇବ ସେ ପାଉଁଶ ବିସର୍ଜନ
• ତ୍ରିବେଣୀ ଘାଟରେ ଶ୍ରାଦ୍ଧ ହେଉ ପ୍ରଭୁ ଗଙ୍ଗା ଜଳେ ହେଉ ଲିନ
• ଅନାଦି ଈଶ୍ଵର ଅନ୍ତର ଦେବତ ପର କରିବନି ମୋତେ
• ମଲା ବେଳେ ଟୋପେ ମହାର୍ଦ ତୋରାଣି ଆଶା…।।
•
• ଦୁନିଆଁ ହାଟରୁ ସାରିଦିଅ ଖେଳ ନକର ଆଉ ଉଛୁର
• ମରତ ଭୂଇଁ ରୁ ବିରତ ଦିଅ ହେ ରାହା ପାଉ ନାହିଁ ମୋର
• ଅଭୟ ପଙ୍କଜ ଛନ୍ଦା ପଦ ଧ୍ୟାଇ ପ୍ରଫୁଲ୍ଲ ଡାକେ ନିରତେ
• ମଲା ବେଳେ ଟୋପେ ମହାର୍ଦ ତୋରାଣି ଆଶା…।।
0 Comments
You can write now your valuable comments here. Off-topic comments may be removed or deleted without prior notice.