ଅନ୍ୟ ଏକ ଭିନ୍ନ ନାଟକ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
• ଫଗୁଣ ନିଶିଥ ମଧୂ ଚନ୍ଦ୍ରିକା
•                        ରୂପେଲି ଚନ୍ଦ୍ରାଲୋକ
• ଜୋଛନାଭିଜା ଏ ରଜନି ସଜନୀ
•                       ଉଛୁଳା ମନର ଭୋକ ।।
•
• ପୁରୁଣା ମଧୂର ବିଜନ ଲଗନ     ସାଇତି ରଖି ମନରେ
• ପ୍ରତିଟି ସକାଳ ଗୁଞ୍ଜରିତ ଏଠି    ତୁମ ସ୍ମୃତି ଚାରଣ ରେ
• ଭାବ ସାଗରରେ ଭାସିଯାଏ,ଆଖି-   ଆଗେ ନଚେ ଚନ୍ଦ୍ର ମୁଖ
• ଫଗୁଣ ନିଶିଥ ମଧୂ ଚନ୍ଦ୍ରିକା…।।
•
• ଅପରୂପ ମୟୀ ପାହାନ୍ତି ଆକାଶ     ସତେକି ଗୋ କୁଆଁ ତାରା
• ଆହାକି ସରାଗେ ହସନ୍ତ ଲଗନେ   ମୋ ହାତରେ ଦେଲଧରା
• ସେଦିନର ସେଇ ଅଭୁଲା ପରଶ        ଅପାସୋରା ସ୍ମୃତି ଏକ
• ଫଗୁଣ ନିଶିଥ ମଧୂ ଚନ୍ଦ୍ରିକା…।।
•
• କୁମାରୀ ମନର ନିଦ୍ରା ଭାଙ୍ଗି ଦେଇ  ମୋ ମନେ ଭରିଲେ ନିଆଁ
• ପହିଲି ବରଷା ପରଶେ ମାଟିରେ   ଲାଗିଲା ଶୀତଳ ଚିଆଁ
• ମୋ ମନ ଉଷ୍ମତା ତୁମ ଶୀତଳତା  ମିଶି ମରିଗଲା ଭୋକ
• ଫଗୁଣ ନିଶିଥ ମଧୂ ଚନ୍ଦ୍ରିକା…।।
•
• ସ୍ନିଗ୍ଧ,କୋମଳ ସୁବର୍ଣ୍ଣ ପ୍ରତିମା    ସେ ରୂପରେ ମନଭୁଲେ
• ଅଧୀର ତୃଷିତ ଦେହ,ମନ ତୃଷ୍ଣା  ଟାଣିନେଲା ତୁମକୋଳେ
• ହଜିଗଲା ମନ ହଜିଲା ସପନ      ଲଭିତୁମ ଅଙ୍ଗ ସୁଖ
• ଫଗୁଣ ନିଶିଥ ମଧୂ ଚନ୍ଦ୍ରିକା…।।
•
• ଅପାସୋରା ଲଗ୍ନ ସେରାତି ସେ ଜହ୍ନ    ଭୁଲିହୁଏ ନାହିଁ ନାହିଁ
• ତୁମେ ଫେରିଯିବା ପଦାଙ୍କିତ ଚିହ୍ନ       ଥିବ ସବୁଦିନ ପାଇଁ
• ସାତ ସାଇତା ସେ ଅତୀତ,ଜୀବନେ   ଅଲେଖା ଅନ୍ୟ ନାଟକ
• ଫଗୁଣ ନିଶିଥ ମଧୂ ଚନ୍ଦ୍ରିକା…

Post a Comment

0Comments
Post a Comment (0)