ଆସ କରିବା ଯୋଗ
ଶରୀର ହେବ ସୁସ୍ଥ ସବଳ
ଦୁରେଇ ଯିବ ରୋଗ... 0
ନିତି ସକାଳ ସଂଜରେ ଯିଏ
ଯୋଗ ବ୍ୟାୟମ କରେ
ରୋଗର ପ୍ରତିଶୋଧକ ଶକ୍ତି
ବଢଇ ତା ଶରୀରେ
ମାଂସ ପେଶୀ କୁ ସବଳ କରି
ଶୁଦ୍ଧ ହୁଅଇ ରକ୍ତ
ଜୀବକୋଷ କୁ ସତେଜ କରି
ହାଡ଼ କରଇ ଶକ୍ତ
ବ୍ୟଥା ବେଦନା ନ ହେବ କେବେ
ଦିନ ହୋଇବ ଭୋଗ...... 1
ଦେହ ଭିତର ଅଙ୍ଗ ଯେତେକ
ହୋଇବେ କାର୍ଯ୍ୟ କ୍ଷମ
ପାଚନ ଶକ୍ତି ବୃଦ୍ଧି ଘଟାଇ
ଖାଦ୍ୟ କରେ ହଜମ
ଆଣ୍ଠୁ, ଗଣ୍ଠି, ଓ ଅଣ୍ଟା ବେଦନା
ସବୁ ହୁଅଇ ଦୂର
ରକ୍ତ ପ୍ରବାହ ମନ୍ଥର କରି
ଚାପକୁ କରେ ସ୍ଥିର
ସୁସ୍ଥ, ସବଳ, ସତେଜ ରହି
ହେବା ଆମେ ନିରୋଗ.....2
ଅଷ୍ଟାଙ୍ଗ ଯୋଗ ନ ହେଲେ ନାହିଁ
ଚଳନ ଯୋଗ କରି
ମରଣ ଯାଏଁ ଚଳନ ଶକ୍ତି
ଦେହେ ରଖିବା ଜାରି
ସଚିଦାନଁଦ ପାଇବା ପାଇଁ
କରିବା ପ୍ରାଣାୟାମ
କୁଣ୍ଡଳିନୀ କୁ ଜାଗ୍ରତ୍ କରି
ସୁସ୍ଥ ରଖିବା ମନ
ଡାକ୍ତରଖାନା ନ ଯିବା ପାଇଁ
ଭିଡିବା ଆସ ପାଗ.... 3

(ବିଶ୍ୱ ଯୋଗ ଦିବସ ରେ ସମର୍ପିତ)

Writer's Details: କୁମୁଦ ଚନ୍ଦ୍ର ଦଳେଇ
ପୋଲସରା, ଗଞ୍ଜାମ, ମୋ 9861889305 Content Category:
Submission Date: Jun 20, 2019