ସ୍ଵରବର୍ଣ୍ଣରେ ସ୍ଵରଣିକା - ସନ୍ତୋଷ ପଟ୍ଟନାୟକ

0
ଅଗତିର ଗତି ହେ' ଜଗତପତି
    ଅସହ୍ୟ ହେଲାଣି ଦୁଃଖ 
ଅନ୍ତର୍ଯ୍ୟାମୀ ତୁମେ ନଜାଣୁଛ କେଣେ 
    ଅନ୍ତର ବେଦନା ଟିକ....
ଆସନ୍ତକି ଥରେ ମନ ବୃନ୍ଦାବନେ 
     ଆଶେ ଅଛି ମୋର ଚିତ୍ତ 
ଆଡ ଚାହାଣୀରେ ଦୁଃଖ ମୋ' ପରଖି 
     ଆଶିଷ ବରଷିଥାନ୍ତ....

ଇତି ହେଉ ମୋର ଅବଶୋଷ ଟିକ 
      ଇତର ପ୍ରଣାମ ରଖ
ଈଶ୍ବର ବିଶ୍ବାସୀ ହେଉ ମନ ମୋର 
    ଈଷତ୍ କରୁଣା ସିଞ୍ଚ.....
ଉଆସ ମୋହର ଲୋଡା ନାହିଁ ପ୍ରଭୁ 
    ଊଣା ନହେଉ କରୁଣା 
ଉଦାର ପଣରେ ଉଦ୍ଧାରିବ ତାତ 
     ଉପାଡି କାମ ବାସନା 

ଋଷ୍ଟ ହୋଇ କିବା କଷ୍ଟ ଦିଅ ସାଇଁ 
     ଋଗୁଣ ମନକୁ ଛାର 
ଋଖାଟିଏ ମୁହିଁ  ଦୀପ ଧରିବାକୁ 
   ଋତ୍ବିକ୍ ତୁମେ ତ' ମୋର....

ଏବେଠାରୁ ଗୁଣେ ଗୁଣକୁ ତୁମରି 
     ଏ'ପାରିରୁ କର ପାରି 
ଐର ବିନାଶକ  ହେ'ବିଶ୍ୱ ନାୟକ 
ଐକୁଣ୍ଠ ଦେବ ମୁରାରୀ.....

ଓଠ ଜପୁଥାଉ ନନ୍ଦନନ୍ଦନ ଙ୍କୁ 
      ଓଲଟ ପାଲଟ କରି 
ଔସ୍ଥୁକ ଜାଗ୍ରତେ ମନ ଭରିଉଠୁ 
    ଔଦାସୀନ ପରିହରି.....

✒ସନ୍ତୋଷ ପଟ୍ଟନାୟକ, ବେଗୁନିଆପଡା ବ୍ଳକ୍ , ଗଞ୍ଜାମ ।

Post a Comment

0Comments
Post a Comment (0)