ଅପରିପକ୍ବ ଦୁଷ୍କର୍ମର ବିଚାର

ସଚଳୁ ଅଚଳ ଯାଏ
             ରହିଛି ଏ ପ୍ରକ୍ରିୟା 
ସମୟ ପ୍ରସ୍ତୁତ ସିନା
             ସେହ୍ନ  ପ୍ରେମ ଦୁନିଆଁ।
କେଉଁଠି କିଭଳି ପ୍ରେମ 
             କିଏ କାହିଁ ସଂଯୋଗ 
କାହିଁ ଦୈହିକ କେଉଁଠି
            ଶରଧା ଅନୁରାଗ।
  ପ୍ରେମ ସତ୍ୟ ପ୍ରେମ ନିତ୍ଯ
             ପ୍ରେମ ପରିଭାଷାଟି 
ନ ଫୁଟୁ କଳିରେ ଲୋଟୁ
              ମଧୁ ପଟି କେଉଁଠି ।
ଧିକ୍  ଧିକ୍ ମଣିଷରେ
               ପ୍ରପଞ୍ଚଆ ନୀଚଟା
ଅବିବେକୀ ଅଜ୍ଞାନର
               ଗୋଡ ହାତ କଟନ୍ତା।
ଗଣ୍ଡିଟା କରି ଉଠନ୍ତା
            ସେହି ଭଳି ଚିତ୍କାର
ଅପରିପକ୍ବ କୁକର୍ମ ପାଇଁ 
           ହେଉ ଏହି ବିଚାର।

        ସୁପ୍ରିୟା ମିଶ୍ର 
ଶ୍ଯାମପୁର, ତୁଳସୀପୁର, ଯାଜପୁର