*ଆସ କିଛି ଜାଣିବା......୧୮*

*କେଉଁମାନେ ଶନିଦେବଙ୍କ କୋପର ଶିକାର ହୋଇଥାନ୍ତି ।*

      ଭଗବାନ ସୂର୍ଯ୍ଯ ଦେବଙ୍କ ତିନି ଜଣ ସନ୍ତାନ ଯମ,ଯମୁନା ଏବଂ ଶନିଦେବ । ତେଵେ ନିଜ ପ୍ରଭାବ କାରଣରୁ ଶନିଦେବ ସର୍ବାଧିକ ଧ୍ଯାନ ଆକର୍ଷଣ କରୁଥିବା ଦେଵତା ଭାବେ ପରିଗଣିତ ହୋଇଥାନ୍ତି । ସେ ଉଭୟ ମିତ୍ର ଏବଂ ଶତ୍ରୁ । ତାଙ୍କୁ ଅଶୁଭ ଏବଂ ଦୁଃଖଦାୟକ ଦେବତାଭାବେ ଦେଖାଯାଇଥାଏ । କିନ୍ତୁ ସେ ଭକ୍ତକୁ ମୋକ୍ଷ ମଧ୍ଯ ପ୍ରଦାନ କରିଥାନ୍ତି । ଶନିଦେବ କାହାର ଅନିଷ୍ଟ କରିନଥାନ୍ତି ବରଂ ସେ ଉଚିତ ନ୍ଯାୟ କରିଥାନ୍ତି । ଯେଉଁମାନେ ଅନୁଚିତ ବ୍ଯବହାର କରନ୍ତି, ସେମାନେ ଶନିଦେବଙ୍କ ଦଣ୍ଡର ପାତ୍ର ହୋଇଥାନ୍ତି । ଏଣୁ ଅର୍ଧମ କରୁଥିବା ପ୍ରାଣୀ ଶନିଦେବଙ୍କ କୋପର ଶିକାର ହେବାକୁ ବାଧ୍ଯ । ଶନିଦେବଙ୍କ ପରାହିତ କାର୍ଯ୍ଯରେ ସମୃଦ୍ଧିର ବରଦାନ ଲୁଚି ରହିଥାଏ । ଏହାଦ୍ବାରା ପ୍ରକୃତିରେ ସାମଞ୍ଜସ୍ୟ ସୃଷ୍ଟି ହୋଇଥାଏ । ଶନିଦେବଙ୍କ ନ୍ଯାୟ ସାରା ସଂସାରରେ ପ୍ରସିଦ୍ଧ । ରାଜା ହରିଶ୍ଚନ୍ଦ୍ରଙ୍କ ମନରେ ଦାନୀ ହେବାର ଗର୍ବ ରହିଥିଲା । ଶନିଦେବଙ୍କ ଦଣ୍ଡ ପାଇବା କାରଣରୁ ତାଙ୍କୁ ବଜାରରେ ସାମଗ୍ରୀ ବିକ୍ରି କରିବାକୁ ପଡିଥିଲା ଏବଂ ଶଶ୍ମାନ ଜଗୁଆଳି ହେବାକୁ ପଡିଥିଲା । କିନ୍ତୁ ଏହି ସଂକଟରୁ ମୁକୁଳିବା ପରେ ରାଜା ହରିଶ୍ଚନ୍ଦ୍ରଙ୍କ ବ୍ଯକ୍ତିତ୍ଵ ଅଧିକ ଉଜ୍ଜ୍ଵଳ ହୋଇଥିଲା । ସ୍ବର୍ଗ, ମର୍ତ୍ତ୍ଯ ଓ ପାତାଳ ଏହି ତିନି ପୁରରେ ତାଙ୍କର ଗୌରବ ପ୍ରତିଷ୍ଠା ହୋଇପାରିଥିଲା । ରାଜା ନଳ ଏବଂ ଦମୟନ୍ତୀଙ୍କୁ ଶନିଦେବଙ୍କ ପ୍ରଭାବ କାରଣରୁ ମଧ୍ଯ ପାପର ଦଣ୍ଡ ଭୋଗିବାକୁ ପଡିଥିଲା । ପୁରାଣରେ ଥିବା ବର୍ଣ୍ଣନା ଅନୁଯାୟୀ ଭଗବାନ ସୂର୍ଯ୍ଯଙ୍କ ପତ୍ନୀ ଛାୟାଙ୍କ ଗର୍ଭରୁ ଶନିଦେବଙ୍କ ଜନ୍ମ ହୋଇଥିଲା । ମା'ଙ୍କ ପ୍ରଭାବରୁ ଶନିଦେବଙ୍କ ବର୍ଣ୍ଣ ଶ୍ଯାମଳ ଥିଲା । ସେ ଶିବଙ୍କ ଅନନ୍ଯ ଭକ୍ତ ଥିଲେ । ମହାଦେବଙ୍କ ବରଦାନ କାରଣରୁ ନବଗ୍ର ମଧ୍ଯରେ ଶନିଦେବଙ୍କୁ ଶ୍ରେଷ୍ଠ ସ୍ଥାନ ମିଳିପାରିଥିଲା ।

*ସଂଗ୍ରହକାରୀ--ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର, ମୋ--୯୮୫୩୧୪୨୫୧୦*