ମିଠା ମିଠା ସ୍ମୃତିର ସୁର....
              
କାହା କୁହୁକ ସ୍ପର୍ଶରେ 
କେଜାଣି ଭାଙ୍ଗି ଗଲା
ଏ ମନରେ ଥିବା
ଯେତେସବୁ ନୀରବତା
ନିସ୍ତେଜ ଜୀବନରେ
ବଢିଗଲା ସମ୍ପର୍କର ସଂଳାପ
ଲେଖିବାର ଅସ୍ଥିରତା....
କାମନା ସବୁ
ବନ୍ଦୀ କରିନେଲେ....!!!
ଝରକା ଫାଙ୍କରୁ
କିଛି ଚିହ୍ନା ଶବ୍ଦ ମାନେ
କହି ଗଲେ...ଆରେ
ନିଶ୍ୱାସର ବି ବିକଳ୍ପ ଅଛି
ଚିନ୍ତା କାହିଁକି ତେଣୁ 
ତୁ ହେବୁ ଦିନେ ବିଜେତା....
କିଛି ପାଇବାର 
ଦୁର୍ବାର ଲାଳସା
ଚୁପ୍ କରିଦେଲା ମୋତେ...!!!
ମନ ତଳେ ଲୁଚିଥିବା
ଇଚ୍ଛା ସବୁ ର 
ଅବିକଳ ନକଲ ଦେଖେଇ
 ଧୀରେ ଧିରେ କହିଲା
ଏ ନୁହଁ କି ତୋ 
ପ୍ରାଚୀନ ବ୍ୟାକୁଳତା....???
ଛମ୍ ଛମ୍ ହୋଇ 
ଏକା ଏକା ନାଚୁଥିଲା
ଚେନାଏ ଅନୁଭବ
ମହ ମହ ମହକୁ ଥିଲା
ଆତ୍ମସମର୍ପଣର 
ଗାଢ଼ ମହୁଲି ବାସ୍ନା
ଆଉ ମହଣେ ଅତ୍ମୀୟତା....
ବିବଶ ଦେହ ମନ
ଚୁମ୍ବକୀୟ ଆବେଗ
କାଚ କେନ୍ଦୁ ବିଶ୍ୱାସ ଭିତରେ
ସ୍ମୃତିର ନଈ ଟିଏ ବହିଗଲା
ନିଜ ହାତେ ମାପିବାକୁ 
ସାଗରର ଗଭୀରତା....
ଋଣୀ ହୃଦୟ ଟିଏ
ଆଜିବି ଅପେକ୍ଷା କରିଛି
ମଉଳା ଫୁଲକୁ ନେଇ
ହେଲେ ପୁରା କରି ପାରିବ କି
ତା ପାଖରେ ଥିବା
ବାକି ଆବଶ୍ୟକତା....???
କେଉଁ କାଳରୁ ଝୁରୁଛି
ଏମିତି ଏକ ସ୍ୱରକୁ 
ମନରୁ ଶୁଭୁଛି....ହେଲେ,
ଓଠରେ ଆସୁନି
ବଂଶୀରେ ବାଜୁଛି... କିନ୍ତୁ,
ବୀଣା ରେ ବସୁନି...କୁହ
କିଏ କହିପାରିବ
ଏମିତି ସ୍ୱରର ଗୋପନୀୟତା....
ଗୋପାଳ ଚନ୍ଦ୍ର ସାଓ
ଦେଉଳି,ମୟୂରଭଞ୍ଜ 
ରଚନା : Gopal chandra sao
ଠିକଣା : ବାରିପଦା,ମୟୂରଭଞ୍ଜ ଦୂରଭାଷ : 9658221488
Sent via Google Forms Email
