ବିଳାସୀ ଦେବତା
^^^^^^^^^^^^^^^^
ଯଦି କେବେ ହାଏ ମଣିଷ ହୁଅନ୍ତେ
ସ୍ବର୍ଗେ ବସି ଥିବା ବିଳାସୀ ଦେବତା
ବୁଝଂତେ ତେବେ ସେ ମଣିଷ ଜୀବନ
 ଜୀଇଁବା ଟା ନୁହେଁ ସାଧାରଣ କଥା !

ସକାଳ ପ୍ରହରୁ ସଞ୍ଜ ହେବା ଯାଏ
ସଞ୍ଜ ପରି ପ୍ରାଣ ଜଳୁ ଥାଏ
କାହିଁକି ଜଳୁଛି କା ପାଇଁ ଜଳୁଛି 
କିଏ ବୁଝୁଛି ଏ ଜୀବନର ବ୍ୟଥା !

କେତେ ପୂଜା ଅରଚନା ଦେବତା ପାଇଁ 
ଦୁଃଖ କଷ୍ଟ ମିଳେ ଖାଲି ମଣିଷ ହେଇ
ଧୂପ ଦୀପ ନଇବେଦ୍ୟ ଦେବତା ଲାଗି
ମଣିଷ ପାଇଁକି ଖାଲି ଜୀଅନ୍ତା ଚିତା !
                 -0-

              ସୁବଳ ରାଉତରାୟ
            ଭୁବନେଶ୍ୱର
           8118031316