ଜୟ ଗୁରୁଦେବ - ମାନସ ରଞ୍ଜନ ପଟ୍ଟନାୟକ

0
ଜୟ ଗୁରୁଦେବ ପ୍ରଭୁପରଂବ୍ରହ୍ମ ତୁମେତ ଅଟ ଅନନ୍ତ,
ଚରଣେ ତୁମର ଏହି ନିବେଦନ ଦିଅନ୍ତୁ ପ୍ରଭୁ ଶରଣ।

କୃପାମୟ ପ୍ରଭୁ ଅଟଯେ ଅନନ୍ତ ପାପୀର ପ୍ରଣାମ ଘେନ,
ମାୟାମୋହେ ମୁହିଁ ଧନ୍ଦି ହେଉଅଛି କରିଦିଅ ମୋର ଅନ୍ତଃ।

ଦୀନନାଥ ତୁମେ ପତିତ ତାରଣ ଜୁହାର ମୋହର ଘେନ,
ଘାଣ୍ଟି ମୁଁ ହେଉଛି ନରକ କଷଣ ଧିକ ଅଟେ ମୋର ଜନ୍ମ।

ବିଜେକରିଅଛ ମୟୁର ଆସନେ ଆହା କି ରୂପ ବିନମ୍ର,
ଦଽଖୀରଙ୍କିଙ୍କର ତୁମେ ହେ ଜୀବନ ଜିଭାଅଗ୍ରେ ଥାଉ ନାମ।

ବିପଦ ଭଞନ ମୋର ଗୁରୁଦେବ ଶତବାର ନମଃ ନମୋ,
ଜୟ ପରଂବ୍ରହ୍ମ ଜୟ ପରଂବ୍ରହ୍ମ ଜୟ ପରଂବ୍ରହ୍ମ।

ତବଶ୍ରୀ ଚରଣେ ପଶିଲି ଶରଣ।।।


ମାନସ ରଞ୍ଜନ ପଟ୍ଟନାୟକ,
ନିମବସନ୍ତ,ହରିରାଜପୁର,ଜଟଣୀ,ପୁରୀ

Post a Comment

0Comments
Post a Comment (0)