କବିତା - ସତ୍ୟ ଇଏ - ହାସ୍ୟମୟୀ ରାଜ୍

0

ତମେ
ନଚାହିଁବା ଯାଏ
କ'ଣ କିଛି ହୁଏ ??
କଥାରେ ଅଛି ପରା
ରଖେ ହରି ମାରେ କିଏ ?
ମାରେ ହରି ରଖେ କିଏ ??
ଏ ମିଛ ନୁହେଁ
ଦିବାଲୋକ ପରି
ସତ୍ଯ ଇଏ
ସବୁ ଦୁଃସ୍ଥିତିର
ଅନ୍ଧ କୂପରୁ ତୋଳି ଆଣି
ତୁମେ ହିଁ ଦେଖେଇପାର
ଆଲୋକର ସତ୍ତାଟିଏ
ଅସରନ୍ତି ତୁମ ଅନୁଭବ
ଅମାପ ତୁମର ଗାଥା
ଆଉ ଜୀବନଟା
ସାର୍ଥକ ହେଇଯିବ
ସେତେବେଳେ
ତୁମ ଅନୁଭବ ସାଗରରୁ
ଯଦି ଦେଇପାର
ମୋତେ ବୁନ୍ଦାଏ ।।


ରଚନା : ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)

ଠିକଣା : ଓରାଳି, ହାଟଡିହି, କେନ୍ଦୁଝର ।। ଦୂରଭାଷ : 9438191850

Post a Comment

0Comments
Post a Comment (0)