ମଲ୍ଲୀ ତ ମଲ୍ଲୀ
ବଣରେ ଫୁଟୁ କି ବଗିଚାରେ
ସବୁଠାରେ ବାସ ଚହଟେ ଖାଲି ॥୦॥
ମଲ୍ଲୀ ତ ମଲ୍ଲୀ ସେ ବଣମଲ୍ଲୀ...
ବଗିଚାରେ ମାଳି କେତେ ଯତ୍ନରେ
ଖଂଜିଥାଏ ଖତ ସାର ସାଥିରେ
ତାକୁ ପାଇ ଗଛ ଉଠେ କଅଁଳି ॥୧॥
ମଲ୍ଲୀ ତ ମଲ୍ଲୀ ସେ ବଣମଲ୍ଲୀ...
ବଣରେ କିନ୍ତୁ କେ ଯତ୍ନ ନ ନିଏ
ପ୍ରକୃତି କୋଳରେ ସେ ବଢ଼ୁଥାଏ
ସାର ଓଷଦରେ ନୁହେଁ ନକଲି ॥୨॥
ମଲ୍ଲୀ ତ ମଲ୍ଲୀ ସେ ବଣମଲ୍ଲୀ...
ଯିଏ ତା' ଗୁଣ ଚିହ୍ନିଛି
ସିଏ ତାକୁ ବଣରୁ ଆଣି
ଦେବତା ଗଳାରେ ଦେଇଛି
ଦେଖ ହସୁଛି ସେ ଖିଲିଖିଲି ॥୩॥
ମଲ୍ଲୀ ତ ମଲ୍ଲୀ ସେ ବଣମଲ୍ଲୀ...
ହତାଦର ନୁହେଁ ଆଦର
ବିଭେଦ ନୁହେଁ ବିଚାର
ଲୋଡ଼ା ତା'ପାଇଁ ଖାଲି ॥୪॥
ମଲ୍ଲୀ ତ ମଲ୍ଲୀ ସେ ବଣମଲ୍ଲୀ...
0 Comments
You can write now your valuable comments here. Off-topic comments may be removed or deleted without prior notice.