ସମ୍ପର୍କ - ସନ୍ତୋଷ ପଟ୍ଟନାୟକ

0
ମନ ହୃଦୟର ମିଳନେ ସମ୍ପର୍କ
ଦେଇଥାଏ ସ୍ବର୍ଗ ସୁଖ
ବିଶ୍ୱାସରେ ଭରା ଅଚିହ୍ନା ଅଜଣା
ଗଢ଼ଇ ସ୍ନେହ କୋଣାର୍କ...

ଅବିଶ୍ୱାସେ ପୁଣି ଅବିଶ୍ରାନ୍ତ ଧାରେ
ଭିଜିଥାଏ ତନ ମନ
ସମ୍ପର୍କ ମାଧ୍ୟମେ ଏକ ଡୋରେ ବନ୍ଧା
ଭକ୍ତ ସହ ଭଗବାନ...

ସମ୍ପର୍କେ ସମ୍ଭବ ଅତୁଟ ବନ୍ଧନ
ସ୍ନେହ ମମତାର ଢେଉ
ସମ୍ପର୍କରେ ମିଳେ ମୁକତିର ପଥ
ଚିନ୍ତୁଥିଲେ ମହାବାହୁ...

ମଶାଣି ବୁଝେନା ସମ୍ପର୍କର ଅର୍ଥ
ମଧୁର ମିଳନ ସ୍ବର୍ଶ
ଜୀବନ ଯୁଦ୍ଧରେ ହାରିବା ଜିତିବା
ଅଛି ଥିବ ଅବଶୋଷ...

ନିସଙ୍ଗ ଜୀବନେ ପୁଷ୍ପ ବରଷିବ
ସମ୍ପର୍କର ହୁଅ ଦାସ
ଭୁଲି ଅଭିମାନ ହେଲେ ସମର୍ପଣ
ଓଠେ ଭରେ ଚିରହସ...


ସନ୍ତୋଷ ପଟ୍ଟନାୟକ,ଗଞ୍ଜାମ

Post a Comment

0Comments
Post a Comment (0)