ଗିରଫ ହେବାର ଭୟ 
ନା ମୋର କାଲି ଥିଲା, ନା ଆଜି
ସମାଜର ପାପ ପୂଣ୍ୟ, ଜାତି ଅଜାତି
ହାନଲାଭ,ନ୍ୟାୟ ଅନ୍ୟାୟର,
ଅନ୍ଧବିଶ୍ୱାସ, ଧର୍ମ ଅଧର୍ମର ଦ୍ଵାହିରେ
ମୁଁ କେବେ ଠାରୁ ତ ସମ୍ମତି ପ୍ରକାଶ କରିଥିଲି,
ହେଲେ, ଆଜି ମୋର 
ଜମାନବନ୍ଦୀ ଶୁଣିସାରିବା ପରେ
ପୁଣି ଗିରଫର ପ୍ରଶ୍ନ କାହିଁକି ?
ସମାଜ ଯେତେବେଳେ ଚାହୁଁଥିଲା
ତୁ ତ ହୋଇ ଯାଇଥିଲୁ ଫେରାର,
ତୋ ନାଆଁରେ ଥିଲା
ନନ୍ ବେଲ୍ ଓ୍ଵାରେଣ୍ଟି ।
ସବୁ ଫଇସଲା ପରେ
ଏ ଗିରଫର ଫାର୍ସ କାହିଁକି,
ସ୍ଵପ୍ନିଳ ସୁନେଲି ରାଜମହଲ ତଳେ ତ ଭୂଲୁଣ୍ଠିତ
ମଶାଣିରେ କେଇଖଣ୍ଡ କାଠରେ ଶୋଇଥିବା
ଶବକୁ ଗିରଫ କରି ତୁମେ ପାଇବ ବା କଣ?
ସେ ତ ଜମାନବନ୍ଦୀ ପରେ ଫାଶୀ
ପାଇ ହୋଇଯାଇଛି ଶବ,
ଏ ତ ରଚିବ ଇତିହାସ,
ଲିପିବଦ୍ଧ ହେବ ସ୍ଵର୍ଣ୍ଣାକ୍ଷରରେ
ଯୁଗ ଯୁଗ ଗାଇବ ଗାଥା ଯେ
ଶବ ହୋଇଛି ଗିରଫ।
ଚମତ୍କାର।

ପ୍ରଣତି ମହାପାତ୍ର, ବାଲେଶ୍ବର