ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ
ଗୁରୁ ଯେ ମହେଶ୍ୱର
ପ୍ରଥମେ ଗୁରୁ ଖାଡ଼ି ଛୁଆନ୍ତି
କଳା ସିଲଟେ ଆମର
ମାତା ଦି ଅକ୍ଷର ପିତା ଦି ଅକ୍ଷର
ଗୁରୁ ଦି ଅକ୍ଷର ସିଏ
ଗୁରୁ ଠାରୁ ପରା ଏ ଜଗତରେ ବଡ
ଅଛିବା ମଣିଷ କିଏ
କେତେ ବାଧା ଵିଘ୍ନ ସହି ସେ ଆମକୁ
ଦେଖାଇ ଦିଅନ୍ତି ବାଟ
ଗଢନ୍ତି ସିଏ ଭଲ ମଣିଷ ଟିଏ
ଦେଖାଇ ଆମକୁ ଛାଟ
ଗୁରୁ ଉପଦେଶ ଅମୁଲ୍ୟ ରତନ
କଥା ତ ମହତ ବାଣି
ସତ୍ୟ ପଥେ ନୀତି ଚାଲିବା ପାଇଁକି
ଗୁରୁ ତ କୁହନ୍ତି ପୁଣି
କେତେ ଶିକ୍ଷା ଦୀକ୍ଷା ସେ ପର ଦିଅନ୍ତି
ଗଢନ୍ତି ଆମ ଜୀବନ
ସୁଝି ପାରିବାନି ଗୁରୁଙ୍କର ଋଣ
ସେ ଅଟନ୍ତି ଭଗବାନ
ଗୁରୁ ପାଇଁ ଆମେ ଜଗତ ଜିତିବା
ହୋଇବ ଜ୍ଞାନୀ ଗୁଣି
ଦେଶ ବିଦେଶେ ନାମ ଆର୍ଜିବା
ଶିକ୍ଷା ର ଗୁଣେ ପୁଣି
ପୁରି ରହୁ ସଦା ଆମରି ହୃଦୟେ
ଗୁରୁଙ୍କ ଅଭୁଲା ଜ୍ଞାନ
ଗୁରୁ ପାଦ ସେବା କରୁଥିବା ନୀତି
ଥିବା ଯାଏ ଏ ଜୀବନ
ଲଳିତା ଜେନା
ପଟିଆ, ଭୁବନେଶ୍ୱର, ମୋ- ୯୦୯୦୩୪୮୦୭୧
ଗୁରୁ ଯେ ମହେଶ୍ୱର
ପ୍ରଥମେ ଗୁରୁ ଖାଡ଼ି ଛୁଆନ୍ତି
କଳା ସିଲଟେ ଆମର
ମାତା ଦି ଅକ୍ଷର ପିତା ଦି ଅକ୍ଷର
ଗୁରୁ ଦି ଅକ୍ଷର ସିଏ
ଗୁରୁ ଠାରୁ ପରା ଏ ଜଗତରେ ବଡ
ଅଛିବା ମଣିଷ କିଏ
କେତେ ବାଧା ଵିଘ୍ନ ସହି ସେ ଆମକୁ
ଦେଖାଇ ଦିଅନ୍ତି ବାଟ
ଗଢନ୍ତି ସିଏ ଭଲ ମଣିଷ ଟିଏ
ଦେଖାଇ ଆମକୁ ଛାଟ
ଗୁରୁ ଉପଦେଶ ଅମୁଲ୍ୟ ରତନ
କଥା ତ ମହତ ବାଣି
ସତ୍ୟ ପଥେ ନୀତି ଚାଲିବା ପାଇଁକି
ଗୁରୁ ତ କୁହନ୍ତି ପୁଣି
କେତେ ଶିକ୍ଷା ଦୀକ୍ଷା ସେ ପର ଦିଅନ୍ତି
ଗଢନ୍ତି ଆମ ଜୀବନ
ସୁଝି ପାରିବାନି ଗୁରୁଙ୍କର ଋଣ
ସେ ଅଟନ୍ତି ଭଗବାନ
ଗୁରୁ ପାଇଁ ଆମେ ଜଗତ ଜିତିବା
ହୋଇବ ଜ୍ଞାନୀ ଗୁଣି
ଦେଶ ବିଦେଶେ ନାମ ଆର୍ଜିବା
ଶିକ୍ଷା ର ଗୁଣେ ପୁଣି
ପୁରି ରହୁ ସଦା ଆମରି ହୃଦୟେ
ଗୁରୁଙ୍କ ଅଭୁଲା ଜ୍ଞାନ
ଗୁରୁ ପାଦ ସେବା କରୁଥିବା ନୀତି
ଥିବା ଯାଏ ଏ ଜୀବନ
ଲଳିତା ଜେନା
ପଟିଆ, ଭୁବନେଶ୍ୱର, ମୋ- ୯୦୯୦୩୪୮୦୭୧