ଭିଭି ଲିଭି ଯାଏ ହସ , ମରି ଯାଏ ଅଭିଳାଷ
ସରି ସରି ଯାଏ ମଣିଷ ଆୟୁଷ
ସରି ସରି ଯାଏ ମଣିଷ ଆୟୁଷ
ରାତି ନାହିଁ କାହିଁ ଦେଖିବ ସପନ
ତୁଟି ଯାଉଛି ବିଶ୍ଵାସ, ଲିଭି ଲିଭି ଯାଏ…  ।।
ନିଶ୍ଵାସ ରେ କେତେ ବିଷ , ଭୂଧର ଦିଶେ ନିରସ
ନାଲି ନାଲି ଦିଶେ ଉତପ୍ତ ଆକାଶ
ନାଲି ନାଲି ଦିଶେ ଉତ୍ତପ୍ତ ଆକାଶ
ପ୍ରଦୁଷଣ ଧୂଆଁ କରେ ଧୁମ୍ର ବର୍ଣ୍ଣ
ଲାଗଇ କେଡେ ହତାଶ, ଲିଭି ଲିଭି ଯାଏ…    ।।
ପାଣି, ପବନରେ ବିଷ , ମୋ ଖାଦ୍ୟ ପାତ୍ରରେ ବିଷ
ଦର ଦର ମରା ଜୀବନେ ମଣିଷ
ଦର ଦର ମରା ଜୀବନେ ମଣିଷ
ଅଭିନୟ ଖାଲି କରୁଛି ଜୀବନ
ଲାଗଇ ବଡ଼ ନିରାଶ, ଲିଭି ଲିଭି ଯାଏ…   ।।
ସ୍ନେହ ରେ,ପ୍ରମରେ ବିଷ , ଅବିଶ୍ବାସ ଭରା ବିଶ୍ଵ
ବିକଟାଳ ରଡି ରଡେ ଶୁକ୍ରଶିଷ୍ୟ
ବିକଟାଳ ରଡି ରଡେ ଶୁକ୍ରଶିଷ୍ୟ
ନର ଛଟପଟ ଆହେ ବିଶ୍ଵପ୍ରାଣ
ସତ୍ୟର ହେଉ ପ୍ରକାଶ, ଲିଭି ଲିଭି ଯାଏ…      ।।
ଆଉ କେତେଦିନେ ହସ , ଫୁଟି,ଫେରିବ ବିଶ୍ଵାସ
ପ୍ରଫୁଲ୍ଲ ଫୁଲ ରେ ବାଣ୍ଟିବ ସୁବାଷ
ପ୍ରଫୁଲ୍ଲ ଫୁଲ ରେ ବାଣ୍ଟିବ ସୁବାଷ
ତବ ପଦାମ୍ଵୂଜେ ଦେଲା ମନ ପ୍ରାଣ
ମୋର, କିଛି ନାହିଁ ଅଭିଳାଷ, ଲିଭି ଲିଭି ଯାଏ…    ।।