ବିଧିର ବିଧାନ - ବିଷ୍ଣୁ ପ୍ରସାଦ ମିଶ୍ର

0

ଗ୍ରୀଷମ ପରଶେ ମୁକୁଳା ଆକାଶେ
ଆଷାଢ଼ର ସ୍ପର୍ଶେ ବାଦଲ ହସେ,
ମଉସୁମୀ ରାଣୀ ଓଢ଼ଣାକୁ ଟାଣି
ପବନ ସାଥିରେ ଖୁସିରେ ଭାସେ. 

ଧରା ରାଣୀ ଦେହୁ ଉଷୁମ କୁ ପାଇ
ଅଧୀରା ସାଜଇ ବରଷା ରାଣୀ,
ପ୍ରକୃତି ରାଣୀର ଦୁଃଖରେ ଦୁଃଖିନୀ
ଚକ୍ଷୁରୁ ଝରାଏ ଲୋତକ ମଣି.

ଚାରି ରାଣୀ ମିଶି ଖୁସିରେ ରହିଲେ
ଜୀବ ଜଗତର ହେବ ମଙ୍ଗଳ,
ସୃଷ୍ଟିର ସର୍ଜନା ବିଚିତ୍ର ନମୁନା
ମାନବ କଳ୍ପନା କେତେ ମାତର.

ବିଷ୍ଣୁ ପ୍ରସାଦ ମିଶ୍ର 
ରଥଶର୍ମା କଲୋନୀ, କୋରାପୁଟ 
9124049129

Post a Comment

0Comments
Post a Comment (0)