ଯେଉଁଦିନୁ ଶିଶୁ ଭୂମିଷ୍ଠ ହୋଇଲା
କୁଆଁ କୁଆଁ ରାବ ଦେଇ
ଆରମ୍ଭ ହୋଇଲା ଜୀବନ ଜାତକ
ଛୋଟରୁ ଯେ ବଡ ହୋଇ ।
ଯେବେଠୁ ହସିଲା ବସିଲା ଚାଲିଲା
ଧୂଳି ଖେଳ ହେଲା ସାଥୀ
କ୍ରୀଡାର କୌଶଳ ନାନା ଜାତି ପୁଣି
ଚାହୁଁ ଚାହୁଁ ଗଲା ଶିଖି ।
ବିଦ୍ଯାଳୟେ ଯେବେ ପାଠ ସେ ପଢ଼ିଲା
ଖେଳ ହେଲା ତାର ଅଙ୍ଗ
କ୍ରୀଡା ଶିକ୍ଷକଙ୍କ ପ୍ରଶିକ୍ଷଣ ବଳେ
ହୋଇଲା କ୍ରୀଡାର ସଂଗ ।
ବିଦ୍ଯାଳୟେ, ଆନ୍ତଃମହାବିଦ୍ଯାଳୟେ
ପ୍ରତିଯୋଗିତାର ମାନ
କ୍ରିଡ଼ାର ସ୍ବତନ୍ତ୍ର ବିଦ୍ୟାଳୟ ଦିଏ
ଖେଳାଳିଙ୍କୁ ପ୍ରେତ୍ସାହନ ।
ଚିତ୍ତ ବିନୋଦନ ଏହାର ଉଦ୍ଦେଶ୍ୟ
ପୁରାଣ ଯୁଗରୁ ଥିଲା
ସେଇ ଦ୍ୟୁତ କ୍ରୀଡା ମହାଭାରତର
ଯୁଦ୍ଧ ବିଭିଷିକା ହେଲା ।
ଖେଳ ନୁହେଁ ଖାଲି ଚିତ୍ତ ବିନୋଦନ
ମହାନ ତାହାର ଲକ୍ଷ
ଶରୀରକୁ ସୁସ୍ଥ ରଖିବା ପାଇଁକି
କେତେ ଯେ ତାର ଆଲେଖ୍ୟ ।
ଶାରୀରିକ ଆଉ ମାନସିକ ଭାବେ
ଖେଳ ଯେ ଦୁଇ ବିଭକ୍ତ
ଶରୀର ଚାଳନା ହୁଏ ଶାରୀରିକେ
ମାନସିକେ ହୁଏ ବୁଦ୍ଧିର ଜିତାମାତ୍ ।
କ୍ରୀଡାର ଅସଲ ଉଦ୍ଦେଶ୍ୟ ଅଟଇ
ଭାଇ ବନ୍ଧୁତ୍ବର ଭାବ
ପରଷ୍ପର ସ୍ନେହ ସଦ୍ଭାବ ସ୍ରୁଷ୍ଟି
ଏହାର ତ ମୁଖ୍ୟ ଲାଭ ।
କେତେ ଯେ ମହିଳା ପୁରୁଷ ଅନେକ
କିଏ ହେବ ତାଙ୍କ ସରି
ଭାରତର ନାମ ରଖିଯାଇଛନ୍ତି
ଖେଳକୁ ଆୟୁଧ କରି ।
ତାକୁ ପ୍ରେତ୍ସାହନ ଦେବାପାଇଁ ପୁଣି
ନାନା ଜାତି ପୁରସ୍କାର
ଦ୍ରୋଣାଚାର୍ଯ୍ୟ, ଅର୍ଜୁନ ଧ୍ୟାନଚାନ୍ଦ ଆଉ
ରାଜୀବଗାନ୍ଧୀ ଖେଳରତ୍ନର ।
କ୍ରୀଡା ଦିବସରେ କ୍ରୀଡାର ଚେତନା
ହେଉଥାଉ ଜାଗ୍ରତ
ପରିପୁଷ୍ଟ ହେଉ କ୍ରୀଡାର ଜଗତ
ଖେଳାଳି ହେବାକୁ କରୁଥାଉ ଅଭିପ୍ରେତ ।।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି , ହାଟଡିହି, କେନ୍ଦୁଝର ।
Content Category:
Submission Date: Aug 12, 2019