
ମନରେ ଅମନ ପିଶାଚ ପ୍ରବୃତ୍ତି ମନକୁ କରେ ଦମନ ।।
ପୈଶାଚିକ ବୁଦ୍ଧି ଉଦ୍ରେକ ହୁଅଇ କ୍ଷଣିକେ ବଦଳିଯାଏ
ପ୍ରଲୋଭନେ କେତେ ଚାଟୁ କଥା କହି ମନବହଲାଉଥାଏ ।।
ବିଶ୍ଵାସ ବଳୟେ ବିଷ ପରିବେଶ ସତେକେତେ ଅନ୍ତର୍ଦାହ
ଆହାକି ଆକୁଳ ବୀନୟ କରୁଣ କଥାକହିଥିବ କେତେ
ଟିକିଏ ବି ମନ ତରଳିଲା ନାହିଁ ରଚିଦେଲ ଚକ୍ରବିହ୍ଵ
କାପୁରୁଷତାର ପରିଚୟ ସିନା ବୃଥା ଜୀବନ ତୋ ମର୍ତ୍ତ୍ୟେ ।।
ନର ଉଷ୍ଣ ରକ୍ତ କଞ୍ଚାମାଂସ ଲୋଭି ସ୍ଵାପଦ ସଂକୁଳ ଏଇ
ଜନପଥେ ଦେଖ ବିଚରି ବୁଲନ୍ତି ତାହାର କଳନା ନାହିଁ ।।
ମଣିଷ ଜନମ କିଏସେ ଦେଲାରେ ସେ କେଉଁ ଅପଦେବତା
ପଶୁଠାରୁ ହୀନ କେମିତି ଜୀବନ ସମ୍ଭୁତ କଲା ବିଧାତା ।।
ପଶୁତ୍ବ ଜୀବନ ଅହଂକାରୀ ମନ ରାକ୍ଷସ ପ୍ରକୃତି ନେଇ
ଭୟଙ୍କର ବିଷ ଯେତେ ଅବିଶ୍ବାସ ମଣିଷ ର କଥା କହେ
ସ୍ଵାପଦ ସଂକୁଳ ଅରଣା ମନକୁ ଲଗାମ ଲଗାଇ ଦେଇ
ସାବଧାନ ହୁଅ ଦେଖରେ କେମିତି ପ୍ରଳୟ ପବନ ବହେ ।।
ମନବିକ ଗୁଣ ଖାଇଗଲା ଘୁଣ ହୋଇଲ ବଣ ମଣିଷ
ନିରୀହ,ନିଷ୍ପାପ ସଜଫୁଟା କଳି ଦେହେ ଭରିଦେଲ ବିଷ ।।
ଖିନଭିନ୍ କରି ବିଦାରି ଦେଲରେ ସେଦିନ ଅଶୁଭ ସନ୍ଧ୍ୟା
ହାଇଦରାବାଦ ମହାନଗରୀ ଟା ହୋଇଯାଉ ପୁତ୍ର ବନ୍ଧ୍ୟା ।।
ନାରୀ ମହାମାୟା ନାରୀ ସର୍ବଂସହା ନାରୀ ପ୍ରଜ୍ଜୋଳିତ ଅଗ୍ନି
କେଉଁ ଅଗ୍ନି ରେ ଜଳାଇଲ ତାକୁ ପାଉଁଶ କହିବ କଥା
ଯାଗ୍ରତ କରନାହିଁ ଦୂରାଚାର ସେଯେ ପାଉଁଶ ତଳର ବହ୍ନି
ନିଆଁ ହାତେ ଧରି ଖେଳନା ତା ସହ ଭରିବ ଜୀବନେ ବ୍ୟଥା ।।
କେତେ ଅସୁମାରୀ ସପନ ସେଦିନ ସମାଧିସ୍ଥ କରି ଦେଇ
ରୈ।ରବ ନରକ କିଟ ଠାରୁହୀନ ଜୀବନ ଜିଇଛୁ କାହିଁ ।।
କିଦଣ୍ଡ ତୁମକୁ ମିଳିବା କଥା ମୋ ଚିନ୍ତାର ବାହାରେ କାହିଁ
ଖୋଜି ପାଉନାହିଁ ସାହା ହୁଅ ପ୍ରଭୁ ଚିନ୍ତାମଣି ଭାବଗ୍ରାହୀ ।।