ମନର ଅକୁହା
ଅବ୍ୟକ୍ତ ଭାବନା
ବୁଝେ ଯଦି ଆନ ମନ
ହୃଦୟ ସାଥିରେ
ହୃଦ ମିଶିଯାଏ
ବନ୍ଧୁତା ହୁଏ ସ୍ଥାପନ ୲୲

ଆତ୍ମୀୟତା ଆଉ
ଆନ୍ତରିକତାରେ
ବନ୍ଧନ ହୁଏ ସୁଦୃଢ
ଭାଙ୍ଗେ ନାହିଁ କେବେ
ସେ ମଧୁର ସେତୁ
ଆସିଲେ ଅଦିନ ଝଡ଼ ୲୲

ସ୍ଵାର୍ଥ ନଥାଏ ଟି
ଯେଉଁ ସମ୍ପର୍କରେ
ମାଣିକ ଠୁଁ ମୂଲ୍ୟବାନ
ସେ ସମ୍ପର୍କ କେବେ
ମଳିନ ପଡେନି
ଚିର ସେ ଜାଜୁଲ୍ୟମାନ ୲୲

ଦୁର୍ଦ୍ଦିନ ସମୟେ
ଶ୍ମଶାନ ଘାଟରେ
ଥାଏ ସଦା ପାଖେ ପାଖେ
ପ୍ରକୃତ ବନ୍ଧୁ ଯେ
ବିପଦେ ଆପଦେ
ବନ୍ଧୁତ୍ଵର ମାନ ରଖେ ୲୲

ଆପଣା ଠାରୁ ବି
ଅତି ଆପଣାର
ହୋଇଥାଏ ପରା ବନ୍ଧୁ
ଯୁଗେ ଯୁଗେ ତେଣୁ
ବନ୍ଧୁତ୍ବ ବନ୍ଧନେ
ବନ୍ଧା ପରା କୃପାସିନ୍ଧୁ ।

Writer's Details: ସଂଯୁକ୍ତା ରାଉତ, ଶିକ୍ଷୟିତ୍ରୀ
ଜୟପୁର , କୋରାପୁଟ
Content Category:
Submission Date: Aug 12, 2019