ସମର୍ପଣ 
^^^^^^^^^
ଫୁଲ ଟିଏ ପରି ଫୁଟିଛି ଜୀବନ
ଝରିଲେ ତୁମରି ପାଦେ ଝରି ଯାଉ
ଦୀପ ଟିଏ ପରି ଜଳୁଛି ଜୀବନ
ଜଳି ଗଲେ ତୁମ ପାଖେ ଜଳି ଯାଉ !

ଛୋଟ ଏ ଜୀବନ ଛୋଟ ଆଶା ମନେ
କିସ ବା ଚାହିଁବି ଆଉ ଏ ଜୀବନେ
ଯାହା ତୁମେ ଦେବ ସେଇ ବଡ଼ ହେବ
ତୁମ ଇଛା ଇଛାମୟ ପୂର୍ଣ ହେଉ !

ସୁଖ ଦିଅ ଦୁଃଖ ଦିଅ ଶୋଚନା ନାହିଁ 
ଅଭିମାନ ଅଭିଯୋଗ କରିବି କାହିଁ
ଭାବର ଅଭାବ ନ ହେଉ ହେ ପ୍ରଭୁ
ଗୁଣ ତବ ଗାଇ ଗାଇ ଜୀବନ ଯାଉ !

             -0-
               ସୁବଳ ରାଉତରାୟ
               ଭୁବନେଶ୍ୱର
               8118031316