କବିତା - କାହିଁକି ପାଉଛି କଷ୍ଟ - ନରେନ୍ଦ୍ର ପ୍ରସାଦ ବେହେରା

0

*କାହିଁକି ପାଉଛି କଷ୍ଟ*

ସୁଖ ଦୁଃଖର ସଂସାରକୁ ମୋର
କାହିଁକି କରୁଛ ନଷ୍ଟ
କହ ତୁ ଏଥର କାଳିଆ ଠାକୁର
ପାଉଛି ଆଜି ମୁଁ କଷ୍ଟ ।।

ଘରେ ଘରେ ଆଜି ଲଗାଇ କଳହ
ସବୁ ତୁ ଦେଖୁଛୁ ବସି
କଳହ ପ୍ରିୟ ତୁ କଳାଠାକୁର ହେ
ଦେଉଛୁ ମୁରୁକି ହସି ।।

ସଂସାର ଭିତରେ ବଡ ଠାକୁର ତୁ
ମହାଦାନୀ ତୋର ନାମ
ଅସଜଡା ଘର ସଜାଡି ଦେଉ ତୁ
ଦେଖୁନୁ କି ଚାରି ଧାମ ।।

ମୋ ହସରେ ଆଜି ବିଷ ଭରି ଦେଲୁ
ଯନ୍ତ୍ରଣା ଯାଉଛି ବଢି
ନିଜ ଲୋକ ଆଜି ଯାଉଛି ଦୂରେଇ
( ମୁଁ) ପାରୁନି କୂଳକୁ ଚଢି ।।

କଥା ନହେଲେ ସେ ରହିପାରେ ନାହିଁ
ଦେଉଛି ମୋତେ ପାସୋରି
ଯେତେ ବୁଝାଇଲେ ବୁଝୁନାହିଁ ସେତ
ଆସିବକି କେବେ ଫେରି ?

ଜବାବ ମାଗୁଛି ଆଜିରେ କାଳିଆ
ଦେବୁକି ଜବାବ ମୋତେ
ନଦେଲେ ଜବାବ ରହିପାରିବିନି
ମରିଯିବି ନିଜ ହାତେ ।।

ତୋ ସଂସାର ଆଜି ସୁଖରେ ଚାଲୁଛି
ଭାଇ ଭଉଣୀଙ୍କୁ ଧରି
ମୋ ମନରେ ଆଜି ସୁଖଟିକେ ନାହିଁ
କିପରି ହେବି ମୁଁ ପାରି ।।

ଅଭିମାନୀ ଆଜି ଅଭିମାନ କରି
ବସିଅଛି ତା ଦୁଆରେ
ବୁଝାଇ ଦିଅହେ କାଳିଆ ଠାକୁର
ଅଛ ଯଦି ପ୍ରକୃତରେ ।।

*ନରେନ୍ଦ୍ର ପ୍ରସାଦ ବେହେରା,ଆଳଦା,ଖଇରା,ବାଲେଶ୍ବର, ମୋ-୯୮୫୩୧୪୨୫୧୦*



ରଚନା : ନରେନ୍ଦ୍ର ପ୍ରସାଦ ବେହେରା

ଠିକଣା : ଆଳଦା, ଖଇରା,ବାଲେଶ୍ବର, ମୋ-୯୮୫୩୧୪୨୫୧୦, Email: narendrapbehera@gmail.com ଦୂରଭାଷ : 9853142510

Post a Comment

0Comments
Post a Comment (0)