*କୁନା ପଢିବ ପାଠ*
****************
କୁନା ତ ଆମର ସୁନା ପିଲାଟା
               ପଢିବାକୁ ମନକଲା
କହିଲା ଯାଇସେ ମାଆର କାନେ
           ସ୍କୁଲ ଯିବା ବେଳ ହେଲା ।
ଖାଇବାକୁ ମୋତେ ଦିଅ ଶୀଘ୍ର ମା
              ବସ୍ତାନି କାନ୍ଧରେ ଧରି
ବାହାରିଲା କୁନା ବସ୍ତାନି ଧରି
        କହିଲା (ମା) କରନି ଡେରି ।
ଏଡେ ବକଟେ  କୁନାଟା ଆମର
               ସ୍କୁଲ ଯିବାକୁ ଅଧିର
ସକଳ କାମକୁ ସାରିଣ ମାଆ 
             ଗଲାତ ନେଇ ସାଙ୍ଗର ।
କହିଲା ମାଆ ତା ମାଷ୍ଟର କାନେ
              କୁନା ତ ପଢିବ ପାଠ
ପଢିବାକୁ ସେ କରେ ତ ଅଝଟ
             ଯେତେ ମାଠିବ ତ ମାଠ ।
ମାଆଠାରୁ ଶୁଣି କୁନାର କଥା
             ଅବାକ ହୋଇଲେ ସର୍ବେ
ଏହି ପିଲା ଦିନେ ରଖିବ ନାଁ 
                ସମସ୍ତ କହିଲେ ଗର୍ବେ ।।
*ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର, ମୋ--୯୮୫୩୧୪୨୫୧୦* 
ରଚନା : ନରେନ୍ଦ୍ର ପ୍ରସାଦ ବେହେରା
ଠିକଣା : ଆଳଦା, ଖଇରା,ବାଲେଶ୍ବର, ମୋ--୯୮୫୩୧୪୨୫ ଦୂରଭାଷ : ୯୮୫୩୧୪୨୫୧୦
Sent via Google Forms Email
