******କୋଣାର୍କର ବିଳାପ *****
*************************
କୁମୁଦିନୀ ବେହେରା

ଭଗ୍ନ କୋଣାର୍କର ଭିତ୍ତି ପ୍ରସ୍ତରରୁ
ଶୁଭେ କୋହ ଭରା ସ୍ଵର ।
କିଏ ସେ କlହିଁକି ବିଳାପ କରୁଛି
ଜାଣେନା ଏହି ସଂସାର l।

ସ୍ମୃତି ଓଲଟାଇ ପଲକ ସି ପକାଇ
ଖୋଜୁଛି ତା' ଅତୀତକୁ ।
କାହିଁ ଚାଲିଗଲେ ବlରଶ' ବଢେଇ
କେ' ନେଲା ଧର୍ମପଦକୁ l।

ସମୁଦ୍ର ଗର୍ଭରେ ତୋଳି ଥିଲେ ଯିଏ
ସ୍ବର୍ଣ୍ଣାଭ ସୂର୍ଯ୍ୟ ମନ୍ଦିର ।
ନିହାଣ ମୁନରେ ଅlଙ୍କିଥିଲେ ଛବି
ସତେ କେତେ ମନୋହର !!

ବାର ବର୍ଷ ଯାଏ ରକତକୁ ପାଣି
କରି ଚାଲିଥିଲେ ସେହି ।
କାରୁକାର୍ଯ୍ୟ ପୂର୍ଣ୍ଣ ଆଶ୍ଚର୍ଯ୍ୟ ସ୍ଥପତି
ମନ୍ଦିର ତୋଳିବl ପାଇଁ l।

ବlରଶ' ବଢେଇ ସାଥେ ଧର୍ମପଦ
ଥିଲେ ତା'ହୃଦ ସ୍ପନ୍ଦନ ।
ଶୂନ୍ୟତା ଭିତରେ ପୂର୍ଣ୍ଣତା ଖୋଜୁଛି
ହୋଇ ମସ୍ତକ ବିହୀନ l।

ସେ ଶୂନ୍ୟ ସ୍ଥାନକୁ ପୂର୍ଣ୍ଣ କେ' କରିବ
ପୋଛି ତା' ଲୋତକଧାର ।
ସେଥିପାଇଁ କାନ୍ଦେ ଭଗ୍ନ କୋଣାରକ
କେ' ଅଛି ଯୋଗ୍ୟ କୁମର !!

ହେ ପାଣି ପବନ ହେ ଗିରି କାନନ
ଦେଖିଛ କି ମୋ ବୀରଙ୍କୁ ।
ନିଃସ୍ୱାର୍ଥପରତା ଶାନ୍ତ ସରଳତା
ମୋ ଯୋଗ୍ୟ ସୁତ ମାନଙ୍କୁ l।

ସଂସାର ଭିତରେ ନ ପାଇ ବିରହେ
ଡାକେ ବୀର ସନ୍ତାନକୁ ।
ଆସ ମୋର ଧନ ମୋ' ଅମୂଲ୍ୟ ରତ୍ନ
ଆସ ଥରେ ମୋ' କୋଳକୁ !!

କୁମୁଦିନୀ ବେହେରା
ଶିକ୍ଷୟିତ୍ରୀ, ଭାଗୀରଥୀ ପୁର୍ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଛେଣ୍ଡିପଦା, ଅନୁଗୋଳ l



ରଚନା : କୁମୁଦିନୀ ବେହେରା

ଠିକଣା : ଅନୁଗୁଳ ଦୂରଭାଷ :