ଅନେକ ମଧ୍ୟରେ
ଏକର ଭାବନା
ଦେଶାତ୍ମବୋଧର
ଭରେ ଯେ ପ୍ରେରଣା
ସୁଦୃଢ କରେ ଜାତୀୟତା ବୋଧ
ଉନ୍ମୁକ୍ତ କରେ ସଂହତିର ପଥ
ଏଇ ସ୍ବର ପୁଣି
ହୃଦୟରେ କରେ
ନୂତନ ଶକ୍ତିର ଜାଗ୍ରତ ।
ସୀମିତ ନୁହଁଇ ଅର୍ଥ ଏହାର
ମହାନ୍ ବ୍ଯାପକ ସଂଜ୍ଞା ଅଟେ ତାର
ଭିନ୍ନ ହେଉ ପଛେ ଜାତି ଧର୍ମ ଭାଷା
ମାତୃଭୂମିର ରକ୍ଷା ସଂକଳ୍ପ
ଅଟେ ଆମ ମୂଳ ମନ୍ତ୍ର ।
ଧର୍ମ ନିରପେକ୍ଷ ଆମ ସମ୍ବିଧାନ
ସମାନତା ତାର ପ୍ରାକ୍ କଥନ
ସହନଶୀଳତା ତା ପାଇଁ ପ୍ରଧାନ
ସାମ୍ପ୍ରଦାୟିକତା ନୁହେଁ ଯେ ଗୁରୁତ୍ବ
ସ୍ଥିରତା, ସ୍ବଛତା ଚରିତ୍ରବତ୍ତାକୁ
ଅସ୍ତ୍ର କରି ଆମେ
ରଖିବା ଦେଶର ମହତ ।
ଜାତୀୟ ସଂହତି ଆମର ଯେ ଧର୍ମ
ଦେଶ ପାଇଁ ଅଟେ ପରମ କର୍ତ୍ତବ୍ୟ
ବଳ ପୂର୍ବକ ନୁହେଁ ଭାବାତ୍ମକ
ଶାନ୍ତି, ମୈତ୍ରୀ ଆଉ ଅଖଣ୍ଡତା ପାଇଁ
ହେବା ସଦା ଆମେ ପ୍ରତିଶ୍ରୁତି ବଦ୍ଧ ।।
***********************
ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର ।।



ରଚନା : ହାସ୍ୟମୟୀ ରାଜ୍

ଠିକଣା : ଓରାଳି , ହାଟଡିହି, କେନ୍ଦୁଝର । ଦୂରଭାଷ :