ପିଲାଦିନ - ଜ୍ୟୋତିରଞ୍ଜନ ବାରିକ

0
ଅଝଟ ଥିଲେ ବି ପିଲାଦିନେ ଥିଲି 
ବୋଉର ଗୁଣ୍ଠୁଣି ଧନ
ଦାଣ୍ଡର ଧୂଳିରେ ସାଙ୍ଗସାଥି ମେଳେ
କଟୁ ଥିଲା ମୋର ଦିନ,

ବାପାଙ୍କ କାନ୍ଧରେ ବସି ଦେଖୁଥିଲି
ଆକାଶର ତାରା ଜହ୍ନ
ଧୁଅରେ ବାଇଆ ଗୀତ ଶୁଣୁଥିଲି
ଋଷୁ ଥିଲି ଯୋଉ ଦିନ ,

ବୁଢ଼ୀ ଅସୁରୁଣୀ ଗପ କହୁଥିଲେ
ଜେଜେ ଜେଜେମା ନୀତି
ସୋଇ ପଡୁଥିଲି ତାଙ୍କରି କୋଳରେ
ପାହି ଯାଉଥିଲା ରାତି ,

ଅତି ଗେଲ୍ହା ଥିଲି ଘରେ ସଭିଙ୍କର
ଡାକୁଥିଲେ ମତେ ହିରୋ
ଜାଣିନଥିଲି ମୁଁ ବଡ ହେଲା ପରେ
ହେଇଯିବି ବୋଲି ପର ,,

ସମୟ ଏମିତି ଧୋକା ଦିଏ ଯଦି
ବୁଝିଥାନ୍ତି ସେତେବେଳେ
ଆଜି ହୁଏତ ମୁଁ ଭାବି ନଥାନ୍ତି ମୋ
ପିଲା ଦିନ କଥା ତିଳେ ,,

ମନରୁ ପାସୋରି ପାରୁନି ମୁଁ କେବେ
ମୋ ଜୀବନ ସ୍ମୃତି ଚିହ୍ନ
ଆଖି ପିଛୁଳାକେ ହଜି ଯାଇଛି ମୋ
ଅଝଟିଆ ପିଲାଦିନ ,,

କୋଉଠି ଖୋଜିବି ପିଲାଦିନ ମୋର
କୋଉଠି ଖୋଜିବି ସ୍ମୃତି
ପିଲା ଦିନକୁ ମୁଁ ସପ୍ନ ଦେଖି ଦେଖି
ପାହି ଯାଏ ମୋର ରାତି ,,

Writer's Details: ନାମ - ଜ୍ୟୋତିରଞ୍ଜନ ବାରିକ
ଗ୍ରାମ - ଚଢ଼େଇଗାଁ, ପୋଷ୍ଟ - ତମ୍ପାଳୋ , ଥାନା - ନିମାପଡା , ଜିଲ୍ଲା - ପୁରୀ
Content Category:
Submission Date: Jun 08, 2019

Post a Comment

0Comments
Post a Comment (0)