ନିଜର ସନ୍ତାନ ମାନଙ୍କ ପାଇଁ,ଗର୍ବିତ ହେବା ପାଇଁ
ସାରା ଜୀବନ ସନ୍ତାନ ମାନଙ୍କୁ
ସୁଖ ଦେବାର ପ୍ରତିଜ୍ଞା କୁ
ଆବୋରି ନେଇ ଥିବା ଲୋକ ଟିଏ,

ସଂସାର ପାରାବାର ର କଣ୍ଟକିତ ପଥରେ ଏକାକୀ
ନାଆ ସାଜି କୁଢ଼ କୁଢ଼ ସମସ୍ୟାକୁ ବିଦାରିତ କରି
ସମସ୍ତଙ୍କୁ ପାରି କରିବାକୁ ଚେଷ୍ଟା କରୁଥିବା ଲୋକଟିଏ,

ଛୋଟ ଛୋଟ ଅର୍ଥର ସମ୍ଭାରକୁ ଏକଜୁଟ କରି
ମେଞ୍ଚା ମେଞ୍ଚା ସ୍ବପ୍ନର ପାହାଡକୁ ଭେଦିବାକୁ
ସାହସ ବାନ୍ଧୁଥିବା ଲୋକଟିଏ,

ସନ୍ତାନର ସଫଳତାକୁ ନିଜ ସଫଳତା ଭାବି
ଆନନ୍ଦ ବିଭୋର ହେଉଥିବା ଲୋକଟିଏ,

ପାଷାଣ ଭଳି ନିର୍ବିକାର ଭାବରେ ସବୁ କଷଣକୁ
ମଥାପାତି ସହି ନେଇ ପରିବାର ପାଇଁ
ସୁଖର କାରଣ ସାଜୁଥିବା ଲୋକଟିଏ,

ନିଜର ପରାର୍ଦ୍ଧ ପରାର୍ଦ୍ଧ ସୁଖକୁ ପ୍ରତ୍ୟାଖ୍ୟାନ କରି
ଅଛିରେ ସନ୍ତୁଷ୍ଟ ହେଉଥିବା ଲୋକଟିଏ,

ଆଉ ସଂସାରର ଅଡୁଆ ସୂତାକୁ
ସଜାଡ଼ିବାକୁ ପ୍ରୟାସ କରି କରି
ବୟସର ଅପରାହ୍ନରେ ପହଞ୍ଚୁ ଥିବା ଲୋକଟିକୁ
ବୋଧହୁଏ ''ବାପା'' କହନ୍ତି...!!!

Writer's Details: କୁମାର ପ୍ରଶାନ୍ତ
ଗୋପାଳପୁର,ବାଲେଶ୍ଵର
Content Category:
Submission Date: Jun 20, 2019