ଅନ୍ଧାର ଘୋର ସମ ଚଞ୍ଚଳ ହୁଏ ଆକାଶ ସାରା ।।
ଡାକଇ ଭେକ ରବେ ଡାହୁକ କିଆ କେତକୀ ବଣୁ
ବରଷା ରାଣୀ ଝରାଏ ପାଣି ସତେକି ବାଜେ ବେଣୁ ।।
ଫୁଲି ଉଠଇ ପୋଖରୀ ନଈ ଗୋଳିଆ ହୁଏ ପାଣି
ସବୁଜ ଘାସେ ବୁଲେ ହରଷେ ଲାଜେଇ ସାଧବାଣୀ ।।
ବାସବ ଚାପ ଦେଖାଇ ରୂପ ଆକାଶେ ଉଙ୍କି ମାରେ
ସପତ ରଙ୍ଗେ ଆହା କି ଭଙ୍ଗେ ସବୁରି ମନ ହରେ ।।
ଶୀତଳ ବାଆ ବହଇ ଆହା ଶିତେଇ ଉଠେ ତନୁ
ଫୁଟଇ ଛତୁ ବରଷା ଋତୁ ହରଇ ଦୁଃଖ ମନୁ ।।
କାଦୁଅ ପଙ୍କ ଧରଣୀ ଅଙ୍କ କ୍ଷେତରେ ଚାଷୀ ଭାଇ
କରଇ ଚାଷ ହୋଇ ହରଷ ହଳ ଲଙ୍ଗଳ ନେଇ ।।
ସବୁଜ ଦିଶେ ଗଛ ପତର ଜାତି ଜାତିକା ସୁମ
ଉଠଇ ଫୁଟି ମହକ ବାଣ୍ଟି ମୋହିତ କରେ ମନ ।।
ବଢଇ ନଈ ନିଅଇ ଧୋଇ ସୁନାର ଧାନ କ୍ଷେତ
ଭାଷଇ ଘର ମଣିଷ ତା’ର ଭୁଲଇ ଭବିଷ୍ୟତ ।।
ଜାତନା ଦିଏ ଦୁଃଖ ବଢ଼ାଏ ଏହି ବରଷା କାଳ
ଦୁଃଖ ରେ ସୁଖ ଥାଏ ଅନେକ ବରଷା ପାଇଁ ଜଳ ।।
ଧରାକୁ କରେ ଉତ୍ଫୁଲ୍ଲିତ ଜଳ ବିହୁନେ ମହୀ
ସୁଷ୍କ ହେବ ମରୁ ପ୍ରାନ୍ତର ସମାନ ଯିବ ହୋଇ ।।
ମଙ୍ଗଳାଯୋଡି, ଖୋରଧା
