
ହେଉ ବା କାରଖାନା
ପୋଲ ଓ କୋଠା କିଛି ନ ହୁଏ
ତାହାରି ସାହା ବିନା ।।
ବିଲ କ୍ଷେତରେ କେତେ କଷ୍ଟରେ
ଖଟେ ସେ ରାତି ଦିନ
ତାହାରି ପାଇଁ ବଞ୍ଚିଛୁ ସବୁ
ପାଇ ମୁଠାଏ ଅନ୍ନ ।।
ଶ୍ରମିକ ଆଉ କୃଷକ ସିଏ
ଅନ୍ୟକୁ ଦେଇ ସୁଖ
ଖରା ବରଷା ଶୀତରେ ଯୁଝି
ପାଆନ୍ତି କେତେ ଦୁଃଖ ।।
ତାଙ୍କରି ପାଇଁ ରହୁଛୁ ଯାଇ
କୋଠା ବାଡ଼ିରେ ଆମେ
ଭଳିକି ଭଳି ଆହାର ପାଇ
ଲାଗୁଛୁ ନିଜ କାମେ ।।
ଚଢୁଛୁ ଆମେ ଦାମୀ ଗାଡ଼ିରେ
କରୁଛୁ ମଜା କେତେ
ତାଙ୍କରି କଥା ଭାବି ବସିଲେ
ଲାଗଇ ଦୁଃଖ ସତେ ।।
ତାଙ୍କରି ପାଇଁ ସୁନ୍ଦର ଦିଶେ
ପଡ଼ିଆ ଜମି ମାଟି
ଆମରି ପରି ମଣିଷ ପରା
ସେମାନେ ଆମ ସାଥୀ ।।
-----×-----
ଶିବ ପ୍ରସାଦ ସାହୁ
ଗୋପିନାଥପୁର ସାହି
ଚାନ୍ଦପୁର,ନୟାଗଡ଼
ପିନ୍-752024
