
ଶ୍ରମଠାରୁ କିଛି ନାହିଁ ବଡ
ଶ୍ରମିକ ପରି କିଏ ହେବ
ଦିନ ରାତି ଜେ ଖଟୁ ଥିବ
ହାଡଭଙ୍ଗା ପରିଶ୍ରମ ତୁମେ କର
ଖରା ସିତ କୁ ମୋ ନାହିଁ ଡର
ଯନ୍ତ୍ରଣାରେ ତ ତୁମେ ସଢ ସଢ
ଦେହରେ ତମ ଥର ଥର
କୋଠାବାଡି ଜେତେ କଳ କାରଖାନା
ଆମ ପାଇଁ ସିନା ତୁମେ ଗଢ
ଶୀତ ତାପ କୁ ନାହିଁ ଡର
ଗ୍ରୀଷ୍ମର ତାପ ଛୁଏଁ ନାହିଁ
ତୁମ ପରି କିଏ ହେବ ସରି
ଖେତି ବାଡି ଆଜି ଚାସ କାମକରି
ଦେସକୁ ଦେଏଛ ଖାଦ୍ୟ ଷସ୍ୟ ରେ ଦେଲ ଭରି
ଶୋଷଣ ପୀଡନ ଅତ୍ୟାଚାର
ତାକୁ ଷହି ତୁମେ ହୂଅଈ ବିର
ତୁମରି କପାଳେ ଏମିତି କଷ୍ଡ
କେତେ ଯେ ପୁରୁଷ ଯାଏ ବିତି
ବଦଳେ ତ ନାହିଁ ତମ ଭାଗ୍ୟ ରେଖା
ଜୀବନ ଜଞ୍ଜାଳେ ତୁମେ ଜର୍ଜରିତ
ଦୁଖ ସରେ ନାହିଁ ତୁମର
ଫଟା ପରା ତମ କପାଳଟା
ନିରଳସେ କାମ କରିଯାଅ
ଗୋଟିଏ ଦିନ ଏ ତୁମ ନାମେ
ଲେଖିଲି ମୁ ମନେ ମନେ
ବରଷକେ ଏଇ ଦିନଟିରେ
ଦେଶ ଆଜି ଆମ ପାଲନ କରେ
ଆଜି ଦିନ ତୁମକୁ ମନେ ରଖିଛି
ରହିଛ ରହିବ ଆମ ହୁଦଏରେ
ବଳରାମ ତରାଇ, ଖୋର୍ଦ୍ଧା
