ଜାଗ୍ରତ ହୁଅ ଆହେ କବିବର - ସୁନୀଲ କୁମାର ବେହେରା

0
ଜାଗ୍ରତ ହୁଅ ଆହେ କବିବର
ଜାଗ୍ରତ ତୁମେ ହୁଅ
ଜାଗ୍ରତ କର ଲେଖନୀ ମୁନକୁ
ଜାଗରଣେ ଆଙ୍କିଦିଅ।।୧।।

ଜାଗୁରକ ସାଜ ଆହେ କବିବର
ଜାଗୁରକ ତୁମେ ସାଜ
ଜାଗୁଳାଇଙ୍କର ଆଶୀର୍ବାଦ ନେଇ
ଜାଗେ ଜାଗେ ଜାଗିଯାଅ।।୨।।

ଜାଗରଣ ତୁମେ ରୁହ କବିବର
ଜାଗରଣ ତୁମେ ରୁହ
ଜାଗିରିଖିଆଙ୍କ ଜାଲିଆପଣକୁ
ଜାଣତରେ ଜାଣୁଥାଅ।।୩।।

ଜାଦୁଗର ହୋଇଯାଅ କବିବର
ଜାଦୁଗର ହୋଇଯାଅ
ଜାଦୁବିଦ୍ୟା ଦେଇ ଲେଖନୀମୁନକୁ
ଜାଦୁଘରେ ଲେଖୁଥାଅ।।୪।।

ଜାଗ୍ରତ ହୁଅ ଆହେ କବିବର
ଜାଗ୍ରତ ତୁମେ ହୁଅ
ଜାଣିବାପଣରେ ଜାଣି ସିଆଣାଙ୍କୁ 
ଜାଗେ ଜାଗେ ଜଗିଥାଅ।।୫।।

ସୁନୀଲ କୁମାର ବେହେରା।( ଶିକ୍ଷକ)
ନୂଆଗାଁ -ପଥରବନ୍ଧ/ଟାଙ୍ଗୀ/ଖୋର୍ଦ୍ଧା
ମୋ-୮୦୧୮୯୯୭୬୯୭

Post a Comment

0Comments
Post a Comment (0)