ତୋ ବିନା - ସନ୍ତୋଷ ପଟ୍ଟନାୟକ

0
ମନ ମୟାପୁରୀ ମନ୍ତରେ କାଉଁରି
    କରାଇଲୁ ସମ୍ମୋହନ 
ହୃଦେ କଲୁ ବାସ ପ୍ରଣୟରେ ଆଶ 
    ଭାବେ ବିହ୍ଵଳିତ ମନ

କି କଲୁ କିମିଆ ମନ ଅମାନିଆ
     ଚିତ୍ତ ମୋ ଯାଇଛି ହଜି 
ପାରୁନାହିଁ ସହି ଆଲୋ ପ୍ରାଣସହି 
    ଦିନସାରେ ସ୍ମୃତି ହେଜି 

ଫଗୁଣର ଏଇ ପୁଷ୍ପରାଗ ଛିଟା 
     ବଢାଏ ହୃଦ ସ୍ପନ୍ଦନ 
ଗୋଧୂଳି ଲଗନେ ପ୍ରୀତି ମୋହାଛନେ 
     ପ୍ରେମିକ ତୁଷାର୍ତ୍ତ ମନ 

ପ୍ରତିଥର ଶ୍ବାସ ଦିଏ ତୋ ଆଭାସ 
     ଚକ୍ଷୁ କୋଣେ ଅଭିସାର 
ବିନିଦ୍ର ରଜନୀ ବିମ୍ବିତ ଛାତିରେ 
     ଅମାନିଆଁ ଅଶ୍ରୁଧାର .....

✍ସନ୍ତୋଷ ପଟ୍ଟନାୟକ ,ବେଗୁନିଆପଡା ବ୍ଳକ୍ ,ତିରିଡା / ଗଞ୍ଜାମ  ।
      ଫୋନ୍  :- 7984259080 , 8866359211  

Post a Comment

0Comments
Post a Comment (0)