ଆମ ଗାଁରେ ଉକ୍ତା - ସୁଧାକର ସେଠୀ

0


ଆମ ଗାଁରେ ଆଜି ଉକ୍ତା
ଫେରୁଥିବା ବେଳେ ହେଲେ ଭେଟ
ସେମାଙ୍କୁ ଦେଖିଦେଇ ଥରେ
ପିଲାଦିନ ସ୍ମୃତି ହେଲା ଉଜ୍ଜିବିତ

ଦିନ ସାରା ବିତୁଥିଲା ଏମିତି
ଏ ଗାଁରୁ ଯାଉ ସେ ଗାଁ ବୁଲି
ବାଜା ମହୁରୀର ତାଳେ ତାଳେ
ଚାଲିଥାଉ ଆମେ ଝୁଲିଝୁଲି

ପଣାସଂକ୍ରାନ୍ତିରେ ଉଡା ଯାତ
ତାହା ପାଇଁ ଏସବୁ ପ୍ରସ୍ତୁସ୍ତି
ଗାଁରେ ମାଗଣ ଭକ୍ତାଙ୍କ ନାଟ
ସ୍କୁଲ ଛୁଟିପରେ ଥିଲା ପ୍ରମୁଖ ଖୁସି

ଦିପହର ଖରା ମାରେ ଟାଇଁ ଟାଇଁ
ନଥାଏ ଜମା ଚିନ୍ତାଦକ
ଜେଜେମା ଆକଟ ବାପା ନାଲିଆଖି
ହୋଇ ସେ ପାରେନି ପ୍ରତିବନ୍ଧକ

କିଏ ଦିଏ ପିଇବାକୁ ବେଲ ପଣା
କିଏ ପୁଣି ଦିଏ ଛେନା ପଣା
ନିଷ୍ଠାର ସହ ବିତେ ଭକ୍ତାର ଦିନ
ରାତିରେ ଥାଏ ଖାଇବା ମନା

ମନ ଆଇନାରେ ରଖିଛି ସାଇତି
ଜକଜକ ସବୁ ଯାଉଛି ଦିଶି
ଧୁଳି ମାଟିବୋଳା ଗାଁ ଦାଣ୍ଡ ମୋର
ସ୍ମୃତିର ପଦଚିହ୍ନ ଯାଏ ସେ ଦିଶି

ସମ୍ମୋହନ କରେ  ସେ ଗୀତର ବୋଲ
ଝଙ୍କୁରିତ ହୁଏ ଆଜିଭି କାନେ
ସୌଭାଗ୍ୟକୁ ଭେଟିଲି ଗାଁ ଶେଷ ମୁଣ୍ଡେ
ଖୁସିର ଝଡ ଉଠିଲା ମନେ

ପରବାସ ଡୀବନ ଭାରିକଷ୍ଟ ଦାୟୀ
କାହୁଁ ମିଳିବ ସେ ମାଟିର ମହକ
ଗାଁରେ ଥରେ ଥୋଇ ଦେଲେ ପାଦ
ଖେଳିଯାଏ ମନେ ଶତ ଉଲ୍ଲାସ
         🌹🌹🌹
ଜମ୍ବେଶ୍ବରପୁର,ବାଲେଶ୍ବର

Sent from my Samsung Galaxy smartphone.

Post a Comment

0Comments
Post a Comment (0)