ପିଲା ବେଳେ ଯେବେ କାନ୍ଦୁଥିଲି କଇଁ କଇଁ
ମା ଆସୁଥିଲା ଆଖି ଲୁହ ପୋଛିବା ପାଇଁ ॥

ମା ପଣତ କାନି ଦେଉଥିଲା ଧୂଳି ଝାଡି
ପିଲା ଦିନ ସମୟ ଚକ ଯାଇଛି ଗଡ଼ି ॥



ମନେ ପଡେ ଆଜି ପିଲା ଦିନ ଅଝଟ
ମା ପାଖେ ଆଜି ମଧ୍ୟ ମୁଁ ରହିଛି ଛୋଟ ॥

ଯେତେ ଦୁଃଖ କଷ୍ଟ କୁ ମୋ ପାଛୋଟି ନିଏ
ମୋ ଓଠରେ ହସ ଲହରି ଖେଳାଇ ଦିଏ ॥



ଯେବେ ନିଶି ରେ ଆଖିକୁ ନ ଆସଇ ନିଦ
ମାଆ ର ମୁଖରୁ ଝରଇ ଲହରି ପଦ ॥

ମାଆ ର ପଣତ ସଦା ଥାଉ ମୋ ଉପରେ
ଜୀବନ ମୋର ଯାଉ ମାଆ ପାଦ ସେବାରେ ॥






ଶ୍ରୀଧର ସାହୁ, ଗଞ୍ଜାମ
ଦୂରଭାଷ - ୯୧୧୪୦୩୭୭୯୧