ସ୍ୱପ୍ନ ରେ ତୁମେ - ଗୀତାଞ୍ଜଳୀ ସେଠୀ

0
କେବେ ତୁମେ ଶୀତ ହୋଇ ଅସ
ଦୋହଲାଇ ଦିଅ ଛାତିକୁ
କେବେ ବନିଯାଇ ମୃଦୁ ମଳୟ
ମୋହିନିଅ ତୁମେ ମନକୁ

ଅଶାନ୍ତ ସାଗର ବକୁଚିରି ତୁମେ
ନୀଳଢେଉ ପରି ଆସ ମାଡି
କେବେ ଆସ ମଧୁଝରା ରାତିରେ
ଆଖିରେ ଆଖିଏସ୍ୱପ୍ନ ଦିଅବାଢି

ଖୋଲିଦିଅ ଆସି ଖିଆଲି ମନର
ସବୁତକ ରୁଦ୍ଧ ଝରକା
ରହିଯାଅ ତୁମେ ମୋ ହୃଦୟରେ
ବନିଣ ସୁନୀଳ ମୁକୁତା

ପାହାନ୍ତି ପ୍ରହରେ ଛାଡି ଚାଲିଯାଅ
ତୁମର ସେ ପଦ ଚିହ୍ନ
ବାଟବଣା ବାଟୋଇଟି ପରି ମୁଁ ଯେ
ତଉଲୁ ଥାଏ ତୁମ ମନ

ମନଆଇନାରେ  ଆଙ୍କିଦେଇ ଯାଅ
କେତେ ଯେ ଅଲିଭା ଚିତ୍ର
ସୁମରି ସୁମରି ଦିନମୋ ବିତୁଛି
କେବେ ହେବ ପୁଣି ଭେଟ।
        🌹🌹🌹🌹
ମାରଫତ- ମାନସ କୁମାର ସେଠୀ
       ଉଦଳା, ମୟୁରଭଞ୍ଜ

Sent from my Samsung Galaxy smartphone.

Post a Comment

0Comments
Post a Comment (0)