ଫୁଲ ତୁ ଫୁଲେଇ ହେଉଛୁ କେତେ
ସୁନ୍ଦର ହେଲୁ କେମିତି ଏତେ
ଆଜି ମୁଁ ଜାଣିଲି ଏତେ ଫୁଲେଇ
କାହିଁକି ହେଉ
ତ ରୂପେ ସଭିଙ୍କ ମନ କିଣି ନେଉ
ତୋ ରୂପ ରୁ ଟିକିଏ ଦେବୁକି ମୋତେ
ଦେଖିଲେ ଇର୍ଷା ହେଉଛି ତତେ
ଏତେ ସୁନ୍ଦର ତୁ ହେଲୁ କେମିତି
କୋଉ କାରିଗର ଗଢିଛି ସତେ
ଫୁଲ ତୁ ଫୁଲେଇ ହେଉଛୁ କେତେ
କେବେ ତୁ ପ୍ରଭୁଙ୍କ ପାଦରେ ଥାଉ
କେବେ ତୁ ନାରୀଙ୍କ ଗଭାରେ
କେବେ ତୁ ପ୍ରେମିକ ହାତରେ ରହି
ଲାଗୁ ତୁ ପ୍ରେମ ପୂଜାରେ
ଦେହରେ ତୋର ଏତେ ସୁବାସ
ମନକୁ ନେଉଛି ମୋହି
ତତେ ଦେଖିଦେଲେ ହୃଦଗଙ୍ଗାରେ
ଫଲଗୁ ଯାଉଛି ବହି
ବିହି ଗଢିଛି ତତେ ଅତି ଯତନେ
ସବୁ କାରିଗରି ଦେଇ
ଫୁଲଲ ଆଉ ହଅନା ଫୁଲେଇ
ସହିତ ପାରୁନି ମୁହିଁ
🌹🌹🌹
ଆଜି ମୁଁ ଜାଣିଲି ଏତେ ଫୁଲେଇ
କାହିଁକି ହେଉ
ତ ରୂପେ ସଭିଙ୍କ ମନ କିଣି ନେଉ
ତୋ ରୂପ ରୁ ଟିକିଏ ଦେବୁକି ମୋତେ
ଦେଖିଲେ ଇର୍ଷା ହେଉଛି ତତେ
ଏତେ ସୁନ୍ଦର ତୁ ହେଲୁ କେମିତି
କୋଉ କାରିଗର ଗଢିଛି ସତେ
ଫୁଲ ତୁ ଫୁଲେଇ ହେଉଛୁ କେତେ
କେବେ ତୁ ପ୍ରଭୁଙ୍କ ପାଦରେ ଥାଉ
କେବେ ତୁ ନାରୀଙ୍କ ଗଭାରେ
କେବେ ତୁ ପ୍ରେମିକ ହାତରେ ରହି
ଲାଗୁ ତୁ ପ୍ରେମ ପୂଜାରେ
ଦେହରେ ତୋର ଏତେ ସୁବାସ
ମନକୁ ନେଉଛି ମୋହି
ତତେ ଦେଖିଦେଲେ ହୃଦଗଙ୍ଗାରେ
ଫଲଗୁ ଯାଉଛି ବହି
ବିହି ଗଢିଛି ତତେ ଅତି ଯତନେ
ସବୁ କାରିଗରି ଦେଇ
ଫୁଲଲ ଆଉ ହଅନା ଫୁଲେଇ
ସହିତ ପାରୁନି ମୁହିଁ
🌹🌹🌹
ମରଫତ -ଇଂ. ମାନସ କୁମାର ସେଠୀ
କପ୍ତିପଦା ,ମୟୁରଭଞ୍ଜ
କପ୍ତିପଦା ,ମୟୁରଭଞ୍ଜ

Sent from my Samsung Galaxy smartphone.
