ଏତ ଜୀବନ ରୀତି - ଉଷାରାଣୀ ଦାସ

0

ସେଦିନ ଶୁଭୁଥିଲା କୂଆଁକୂଆଁ ରାବ
ଆଜି ସେଠି ପୁରା ନିସ୍ତବ୍ଧ
ଖାଁଖାଁ ଲାଗେ ଏତେ ବଡପୁର
କିଛି ନାହିଁ ସେଠି ଶବଦ

ସେଦିନ ଫାଟି ଉଠୁଥିଲା ହସରପୁଆରେ
ସତେ ଅବା ନଇ ବଢି
ଦୁଇକୂଳ ଭାଙ୍ଗି ଯାଉଥିଲା ମାଡି
ବଜାଇ ବାଇଦ ଭେରୀ

ଆଜି ସେଠି ଘୋଟିଛି ଅନ୍ଧାର କାଳିମା
ବେଳେ ବେଳେ ଶୁଭେ କାନ୍ଦବୋବାଳି
ଅବିଶ୍ରାନ୍ତଭାବେ ଲୋତକ ବହୁଛି
ଆତ୍ମାଯାଉଛି ବାହାରି

ଜନ୍ମ ମୃତ୍ୟୁର ଦୁଇଘଡି ପାଖେ
ଜୀବନ ଏଠି କହେ କାହାଣୀ
ପ୍ରବଞ୍ଚନା ପ୍ରତାରଣା ଭିତରେ ବିଦେଖ
ସ୍ନହମମତାର ଜୁଆରିଆ ନଇ

ଜୟନ୍ତୀ ବାର୍ଷିକୀ ଫରକ ପଡେନା
ଏତ ଦୁନିଆର ରୀତି
କାଲି ଯାହାକୁ ସ୍ବାଗତ ମିଳିଛି
ଆଜି ସରିଛି ତା ରାତି

ଶୋକସଭାରେ ଶୁଭୁଛି ଆକୁଳତା
ତାସାଥେ ଶୁଭେ ଗୁଣ ଗାରିମା
ସ୍ବାଗତ ଭାଷଣେ ଥିଲାଯେ ଏମିତି
ଖାଲିଥିଲା ସ୍ବପ୍ନ ସମ୍ଭାବନା

ଏତ ଜୀବନ ରୀତି
କେବେ ସେ ଦେଖାଏ ସ୍ବପ୍ନ ଅନେକ
କେବେ ଦିଏ ମନେ ଭୀତି
ଏତ ଜୀବନ ରୀତି ।
     🌻🌻🌻
କାଳିଦାସପୁର ,ବାଲେଶ୍ବର
     


Sent from my Samsung Galaxy smartphone.

Post a Comment

0Comments
Post a Comment (0)