
ଗରବେ ଫୁଲଇ ଛାତି
ତା ଶୌର୍ଯ୍ୟବୀର୍ଯ୍ୟ ଦେଖି ତା ଠାଣି
ଫୀରିଙ୍ଗି ମଣଇ ଭୀତି
ଖୁବ ଲଢିଥିଲା ମର୍ଦ୍ଦାନୀ ସହ
ରଖି ମାର ଟେକ
ଖଣ୍ଡା ଚୋଟରେ ମୁଣ୍ଡ ଗଡଇ
ଶୁଣି ଲାଗେ ଆଚମ୍ବିତ
ପିଲାଦିନ ଖେଳ ଢାଲ କଟାରୀର
ନାନା ସାଥେ ଦିହେଁ ମିଶି
ତାନ୍ତିଆ ଟୋପିସହ ସମର ଅଭ୍ୟାସ
ଜଳ ଜଳ ଯାଏ ଦିଶି
ପ୍ରମାଣିତ କଲେ ନୁହଁ ସେ ଦୁର୍ବଳା
ପଚ୍ଛଘୁଞ୍ଚା ନାହିଁ ଜାତକେ
ରଣ ହୁଙ୍କାରେ ଥରିଲା ଝାନସୀ
ଫିରିଙ୍ଗି ଥିଲା ପ୍ରମାଦେ
ସ୍ବାଭିମାନର ସେ ଲଢେଇ ଥିଲା
ନାରୀ ଥିଲେ ସର୍ବାଗ୍ରେ
ଝାନସୀ ମୂଲକ ଗର୍ବୀତ ଆଜି
ତା ରାଣୀଙ୍କୁ ପାଇ ସଙ୍ଗେ
ଦେଖିଛି ଦୁନିଆ ଶୁଣିଛି ନୀରବେ
ତା ରାଣୀର ସଂଗ୍ରାମ ଗାଥା
ଚତୁର ଫିରିଙ୍ଗିର ଷଡଯନ୍ତ୍ର ଆଉ
କିଛି ବେଇମାନୀର କଥା
ଜଣପରେ ଜଣେ ଜୀବନ ଦେଲେ
ମୁଣ୍ଡତ ନଇଁଲେ ନାହିଁ
ସ୍ବାଧିନତାର ସେ ମହାନ ଲଢେଇ
ମନୁ କେବେ ଭୂଲିବ ନାହିଁ
🌷🌷🌷
ଜମ୍ବେଶ୍ବର ପୁର,ବାଲେଶ୍ବର
୯୩୩୭୬୮୧୫୨୪
ତା ଶୌର୍ଯ୍ୟବୀର୍ଯ୍ୟ ଦେଖି ତା ଠାଣି
ଫୀରିଙ୍ଗି ମଣଇ ଭୀତି
ଖୁବ ଲଢିଥିଲା ମର୍ଦ୍ଦାନୀ ସହ
ରଖି ମାର ଟେକ
ଖଣ୍ଡା ଚୋଟରେ ମୁଣ୍ଡ ଗଡଇ
ଶୁଣି ଲାଗେ ଆଚମ୍ବିତ
ପିଲାଦିନ ଖେଳ ଢାଲ କଟାରୀର
ନାନା ସାଥେ ଦିହେଁ ମିଶି
ତାନ୍ତିଆ ଟୋପିସହ ସମର ଅଭ୍ୟାସ
ଜଳ ଜଳ ଯାଏ ଦିଶି
ପ୍ରମାଣିତ କଲେ ନୁହଁ ସେ ଦୁର୍ବଳା
ପଚ୍ଛଘୁଞ୍ଚା ନାହିଁ ଜାତକେ
ରଣ ହୁଙ୍କାରେ ଥରିଲା ଝାନସୀ
ଫିରିଙ୍ଗି ଥିଲା ପ୍ରମାଦେ
ସ୍ବାଭିମାନର ସେ ଲଢେଇ ଥିଲା
ନାରୀ ଥିଲେ ସର୍ବାଗ୍ରେ
ଝାନସୀ ମୂଲକ ଗର୍ବୀତ ଆଜି
ତା ରାଣୀଙ୍କୁ ପାଇ ସଙ୍ଗେ
ଦେଖିଛି ଦୁନିଆ ଶୁଣିଛି ନୀରବେ
ତା ରାଣୀର ସଂଗ୍ରାମ ଗାଥା
ଚତୁର ଫିରିଙ୍ଗିର ଷଡଯନ୍ତ୍ର ଆଉ
କିଛି ବେଇମାନୀର କଥା
ଜଣପରେ ଜଣେ ଜୀବନ ଦେଲେ
ମୁଣ୍ଡତ ନଇଁଲେ ନାହିଁ
ସ୍ବାଧିନତାର ସେ ମହାନ ଲଢେଇ
ମନୁ କେବେ ଭୂଲିବ ନାହିଁ
🌷🌷🌷
ଜମ୍ବେଶ୍ବର ପୁର,ବାଲେଶ୍ବର
୯୩୩୭୬୮୧୫୨୪
Sent from my Samsung Galaxy smartphone.
